ଅଙ୍ଗନବାଡ଼ି ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର : ଅଙ୍ଗବାଡି ନିଯୁକ୍ତି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ୨୫୨୫ଟି ଅଙ୍ଗନବାଡ଼ି ଶିକ୍ଷକ ପଦ ପାଇଁ ମହିଳା, ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୁଲାଇ ୭ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୮ ଆବେଦନର ଅନ୍ତିମ ତାରିଖ ରହିଥିଲା । ତେବେ ଏହା ମଧ୍ୟରେ ଉକ୍ତ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଏହି ନିଯୁକ୍ତିର […]

Samaya Live Picture
Published On

ଭୁବନେଶ୍ୱର : ଅଙ୍ଗବାଡି ନିଯୁକ୍ତି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ୨୫୨୫ଟି ଅଙ୍ଗନବାଡ଼ି ଶିକ୍ଷକ ପଦ ପାଇଁ ମହିଳା, ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜୁଲାଇ ୭ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୮ ଆବେଦନର ଅନ୍ତିମ ତାରିଖ ରହିଥିଲା । ତେବେ ଏହା ମଧ୍ୟରେ ଉକ୍ତ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଏହି ନିଯୁକ୍ତିର ଅନ୍ତିମ ତାରିଖ ବୃଦ୍ଧି କରାଯାଇଛି । ଏବେ ଆଶାୟୀ ପ୍ରାର୍ଥୀମାନେ ଡିସେମବର ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।

ଏଥିରେ ଆବେଦନ କରିବାକୁ ହେଲେ ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୯ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୩୫ ବର୍ଷ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଓ ଦ୍ୱାଦଶ ରହିଥିବା ଆବଶ୍ୟକ । ୨୬୩ଟି ଅଙ୍ଗନବାଡ଼ି ୱାର୍କର ପଦ ଖାଲି ରହିଥିବା ବେଳେ ୨୨୮୨ଟି ଅଙ୍ଗନବାଡ଼ି ହେଲପର ପଦ ଖାଲି ରହିଛି ।

Tags: