ସରଣ୍ଡା ଜଙ୍ଗଲରୁ ଉଦ୍ଧାର ହେଲା ବିସ୍ଫୋରକ
ସୁନ୍ଦରଗଡ଼ : ଜଙ୍ଗଲ ଭିତରେ ଚାଲିଛି ବିସ୍ଫୋରକ ଖୋଜା । ପୁଣି ସୁନ୍ଦରଗଡ଼ ନିକଟ ସରଣ୍ଡା ଜଙ୍ଗଲରୁ ଜବତ ହେଲା ବିସ୍ଫୋରକ। ଓଡିଶା ସୀମାରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ବିଟିକିଲ୍ସୟ, ବାଡିକୁଦର, ଟୟୋ, ଜାମଡା ମଧ୍ୟରେ ଲୁଟ୍ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାବାହିନୀ । ମାଟି ତଳେ ପୋତା ହୋଇଥିବା ବିପୁଳ ବିସ୍ଫୋରକ ସାମଗ୍ରୀ ଠାବ ହୋଇଛି । ସୂଚନାନୁସାରେ,ମେ’ ମାସ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ […]
ସୁନ୍ଦରଗଡ଼ : ଜଙ୍ଗଲ ଭିତରେ ଚାଲିଛି ବିସ୍ଫୋରକ ଖୋଜା । ପୁଣି ସୁନ୍ଦରଗଡ଼ ନିକଟ ସରଣ୍ଡା ଜଙ୍ଗଲରୁ ଜବତ ହେଲା ବିସ୍ଫୋରକ। ଓଡିଶା ସୀମାରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋସି ସରଣ୍ଡା ଜଙ୍ଗଲ ବିଟିକିଲ୍ସୟ, ବାଡିକୁଦର, ଟୟୋ, ଜାମଡା ମଧ୍ୟରେ ଲୁଟ୍ ବିସ୍ଫୋରକ ଠାବ କରିଛନ୍ତି ସୁରକ୍ଷାବାହିନୀ । ମାଟି ତଳେ ପୋତା ହୋଇଥିବା ବିପୁଳ ବିସ୍ଫୋରକ ସାମଗ୍ରୀ ଠାବ ହୋଇଛି ।
ସୂଚନାନୁସାରେ,ମେ’ ମାସ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିଲା ବିସ୍ଫୋରକ । ୪୦ ରୁ ଉର୍ଦ୍ଧ୍ୱ ମାଓବାଦୀ ବନ୍ଧୁକ ମୁନରେ ବିସ୍ଫୋରକ ବୋଝେଇ ଟ୍ରକକୁ ଲୁଟ କରିଥିଲେ । ଏଥିରେ ପ୍ରାୟ ୪ ଟନରୁ ଅଧିକ ବିସ୍ଫୋରକ ରହିଥିଲା । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ଖବର ପାଇ ଏସଆଇଟି ସହିତ ୨୦୯ କୋବରା ବାଟାଲିୟନ, ସିଆର୍ପିଏଫ୍, ଡିଭିଏଫ୍ ଫୋର୍ସ, ଝାଡଖଣ୍ଡ ଜାଗୁଆର ଓ ଏସଓଜି ଟିମ୍ ଲଗାତାର ଭାବେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୮୦୦ କେଜି ବିସ୍ଫୋରକ ଜବତ ହୋଇସାରିଥିବା ସୂଚନା ମିଳିଛି ।




