ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ

ରାଉରକେଲା : ୨ ଦିନିଆ ରିମାଣ୍ଡ ପରେ ଜେଲ ହାଜତକୁ ଯାଇଛନ୍ତି ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ । କୋର୍ଟରେ ହାଜର ପରେ ଜେଲ ଗଲେ । ବିନା କାଗଜ ପତ୍ରରେ କାରବାର କରୁଥିବା ମାନିଲେ ଶ୍ରବଣ । ଗତକାଲି ରାତି ୧୨ଟା ଯାଏଁ ସ୍ବାମୀ-ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିଥିଲା ଏସଆଇଟି । ଏହି ସମୟରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଏସଆଇଟି ହାତରେ ଲାଗିଥିବା ଜଣାପଡିଛି ଇ ସ୍ବାମୀ-ସ୍ତ୍ରୀଙ୍କୁ ଜେରା ବେଳେ ୩୪ଟି ପ୍ରଶ୍ନ ପଚରାଯାଲା […]

ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ
Samaya Live Picture
Published On

ରାଉରକେଲା : ୨ ଦିନିଆ ରିମାଣ୍ଡ ପରେ ଜେଲ ହାଜତକୁ ଯାଇଛନ୍ତି ବାରୁଦ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ । କୋର୍ଟରେ ହାଜର ପରେ ଜେଲ ଗଲେ । ବିନା କାଗଜ ପତ୍ରରେ କାରବାର କରୁଥିବା ମାନିଲେ ଶ୍ରବଣ । ଗତକାଲି ରାତି ୧୨ଟା ଯାଏଁ ସ୍ବାମୀ-ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିଥିଲା ଏସଆଇଟି । ଏହି ସମୟରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଏସଆଇଟି ହାତରେ ଲାଗିଥିବା ଜଣାପଡିଛି ଇ ସ୍ବାମୀ-ସ୍ତ୍ରୀଙ୍କୁ ଜେରା ବେଳେ ୩୪ଟି ପ୍ରଶ୍ନ ପଚରାଯାଲା ।

ଏସ୍‌ଆଇଟି ଜେରା ବେଳେ ଅଧିକାଂଶ ସମୟରେ ଚୁପ୍ ରହିଥିଲେ ନିକିତା । ସେହିପରି ଶ୍ରବଣ ମଧ୍ୟ ଦୁଇ ଥର ପାଣି ମାଗିବା ସହ ଜଣେ ବାଥ୍‌ରୁମ୍ ଯାଇଥିଲେ । କେବେଠାରୁ ଦୁଇ ଜଣ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ । ଏମାନଙ୍କ ଲିଙ୍କ ଆଉ କାହା ସହ ରହିଛି । ଏନେଇ ଉଭୟ ଏସ୍‌ଆଇଟି ଅଧିକାରୀ ଓ ପୁଲିସ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ସୁଦ୍ଧା ବିସ୍ଫୋରକ ଲୁଟ୍ ଓ ନକ୍ସଲ ଲିଙ୍କ ନେଇ ଖୋଳ ତାଡ ଜାରି ରଖିଛି ଏସଆଇଟି ।

Tags: