ଜୁନ୍ ୪ ବିଜେଡିର ଏକ୍ସପାଏରୀ ଡେଟ,ବ୍ରହ୍ମପୁରରେ ବର୍ଷିଲେ ମୋଦି
ଭୁବନେଶ୍ୱର : ଜୁନ ୪ ତାରିଖରେ ବିଜେଡିର ଏକ୍ସପାରୀ ଡେଟ୍ । ଜୁନ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ। ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି। ବିଜେପି ଯାହା କହେ ତାହା କରି ଦେଖାଏ। ଏଇଭଳି କହି ବ୍ରହ୍ମପୁର ଗସ୍ତରେ ଯାଇ ଆୟୋଜିତ ଏକ ବିଶାଳ ଜନସଭାରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର […]
ଭୁବନେଶ୍ୱର : ଜୁନ ୪ ତାରିଖରେ ବିଜେଡିର ଏକ୍ସପାରୀ ଡେଟ୍ । ଜୁନ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ। ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି। ବିଜେପି ଯାହା କହେ ତାହା କରି ଦେଖାଏ। ଏଇଭଳି କହି ବ୍ରହ୍ମପୁର ଗସ୍ତରେ ଯାଇ ଆୟୋଜିତ ଏକ ବିଶାଳ ଜନସଭାରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି।
ସୋମବାର ବ୍ରହ୍ମପୁରରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସେ କହିଥିଲେ, କାଲି ମୁଁ ଅଯୋଧ୍ୟାରେ ଥିଲି, ଆଜି ମୁଁ ମହାପ୍ରଭୁଙ୍କ ଭୂମିରେ ଅଛି । ଆଜି ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇ, କିଏ ରାମ ମନ୍ଦିର ନିର୍ମାଣ କରିଛି ବୋଲି ପ୍ରଶ୍ନ କରିଥିଲେ ମୋଦୀ । ଏଥିସହ ଲୋକଙ୍କ ଗୋଟିଏ ଭୋଟ ହିଁ ରାମ ମନ୍ଦିର ନିର୍ମାଣ କରିଛି ବୋଲି କହିଥିଲେ ମୋଦୀ ।
ଅଭିଭାଷଣ ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରିଛନ୍ତି ମୋଦୀ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶାର ସର୍ବାଙ୍ଗିନ ଉନ୍ନତି ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ଏତେ ଦାଦନ ଶ୍ରମିକ କାହିଁକି ବାହାରକୁ ଯାଉଛନ୍ତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ। ୧୦ ବର୍ଷରେ ଉପା ସରକାର ୧ଲକ୍ଷ କୋଟି ଟଙ୍କା ଦେଇଥିଲେ। ମୋଦୀ ସରକାର ୧୦ବର୍ଷରେ ସାଢେ ୩ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ଦିଆଯାଉନାହିଁ। ସମସ୍ତ ଘୋଷଣା ପତ୍ର କାର୍ଯ୍ୟକାରୀ କରିବା ମୋଦୀଙ୍କ ଗ୍ୟାରେଣ୍ଟି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ବ୍ରହ୍ମପୁର ଓ ଆସିକା ଲୋକସଭା ଆସନର ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୋଦୀ।
ଅନ୍ୟପଟେ ଓଡିଶାରେ ଏଥର ୨ଟି ଯଜ୍ଞ ଏକାସାଙ୍ଗରେ ହେଉଛି । ଗୋଟିଏ ହେଉଛି ଦେଶ ପାଇଁ ମଝବୁତ୍ ସରକାର ନିର୍ମାଣ ପାଇଁ । ଅନ୍ୟଟି ହେଉଛି ଓଡିଶାରେ ମଝବୁତ ରାଜ୍ୟ ସରକାର ନିର୍ମାଣ ପାଇଁ । ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଢିବାକୁ ଆହ୍ୱାନ ଦେଇଥିଲେ ମୋଦୀ । ଓଡିଶା ବିଜେପି, ଓଡିଶାର ଆକାଂକ୍ଷାକୁ ଧ୍ୟାନରେ ରଖି ସଙ୍କଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ଯୁବ, ମହିଳାଙ୍କ ପାଇଁ ରୋଜଗାର ଅଛି । ଏଥିରେ ବୃଦ୍ଧଙ୍କ ପାଇଁ ସ୍ୱାସ୍ଥ୍ୟ ଅଛି, ଏଥିରେ ଓଡିଶାର ମହାନ ସଂସ୍କୃତି, ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା ହେଇଛି । ବିଜେପି ଯାହା କହିଥାଏ, ତାହା କରିକି ଦେଖାଏ । ତେଣୁ ଏଥିପାଇଁ ଏଠି ସରକାର ହେବା ପରେ ଆମେ ପୂରା ଶକ୍ତିର ସହ ଏହି ସଙ୍କଳ୍ପକୁ ପୂରା କରିବୁ । ଏ ହେଉଛି ମୋଦୀର ଗ୍ୟାରେଣ୍ଟିଂ ।




