ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର I ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ତଥା ବରିଷ୍ଠ ଓଏଏସ୍‌ ଅଫିସର ଯୁଗଳେଶ୍ୱରୀ ଦାସଙ୍କୁ ରାଜ୍ୟ ଇଏସ୍‌ଆଇ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବରିଷ୍ଠ ଓଏଏସ୍‌ ଅଫିସର ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭିନ୍ୟୁର ସ୍ବତନ୍ତ୍ର ସଚିବ ଭାବେ […]

Samaya Live Picture
Published On

ଭୁବନେଶ୍ୱର : ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର I ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ତଥା ବରିଷ୍ଠ ଓଏଏସ୍‌ ଅଫିସର ଯୁଗଳେଶ୍ୱରୀ ଦାସଙ୍କୁ ରାଜ୍ୟ ଇଏସ୍‌ଆଇ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ବରିଷ୍ଠ ଓଏଏସ୍‌ ଅଫିସର ସୟେଦ ମହମ୍ମଦ ଅକଦାସଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭିନ୍ୟୁର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ କଟକରେ ଭୂସଂସ୍କାର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ସେହିପରି କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)ର ସଚିବ ଭାବେ ବଦଳି କରାଯାଇଥିବା ବେଳେ କୃଷି ବିଭାଗର ଅତିରିକ୍ତ ସଚିବ ସସ୍ମିତା ସାହୁଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଅତସୀ ଦାସଙ୍କୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଏସ୍‌ଆର୍‌ସି ଭାବେ ବଦଳି କରାଯାଇଛି।

Tags: