OSSSC ବିରୋଧରେ ପରୀକ୍ଷାର୍ଥୀଙ୍କ ଗର୍ଜ୍ଜନ

ଭୁବନେଶ୍ୱର : ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ କରି OSSSC ବିରୋଧରେ ଗର୍ଜ୍ଜନ କଲେ ପରୀକ୍ଷାର୍ଥୀ । ଆଜି ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପରୀକ୍ଷା ବାତିଲ ଦାବିରେ ଆଶାୟୀ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଇଛି। ଏଥିସହିତ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଗର୍ଜନ କରିଛନ୍ତି। ଏହି […]

Samaya Live Picture
Published On

ଭୁବନେଶ୍ୱର : ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ କରି OSSSC ବିରୋଧରେ ଗର୍ଜ୍ଜନ କଲେ ପରୀକ୍ଷାର୍ଥୀ । ଆଜି ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପରୀକ୍ଷା ବାତିଲ ଦାବିରେ ଆଶାୟୀ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଇଛି। ଏଥିସହିତ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଗର୍ଜନ କରିଛନ୍ତି। ଏହି ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସମସ୍ୟା ର ସମାଧାନ ପାଇଁ କୌଣସି ସ୍ଥାୟୀ ପ୍ରତିଶୃତି ନମିଳିଲେ ଦିନ ଗୋଟାଏ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବେ ବୋଲି କହିଛନ୍ତି ।

୨୦୨୨ରେ ପେପର୍ ଲିକ୍ ବିବାଦରେ ଛନ୍ଦି ହୋଇଥିବା SIFY ଟେକ୍ନୋଲୋଜିକୁ ୨୦୨୩ରୁ ଏହି ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା ସହ ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳା ଯାଉଥିବା ଅଭିଯୋଗ ଉଠିଛି । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ OSSSC କର୍ତ୍ତୃପକ୍ଷଙ୍କ ବିରୋଧରେ ତାତିଛନ୍ତି ପରୀକ୍ଷାର୍ଥୀ ।

ସୂଚନାଯୋଗ୍ୟ, ସମଗ୍ର ରାଜ୍ୟରେ ଓଏସ୍‌ଏସ୍‌ସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଥିଲା। ତେବେ ବାଲେଶ୍ବରରେ ଧାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ରବିବାର OSSC ଷ୍ଟାଷ୍ଟିସିଟିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷାରେ ତ୍ରୁଟି ଦେଖି ଅଭିଯୋଗ କରିବା ପରେ ଜଣେ ପରୀକ୍ଷାର୍ଥୀଙ୍କୁ ଦେଢଘଣ୍ଟା ଧରି ଅଟକ ରଖାଯାଇଥିଲା । ପ୍ରଶ୍ନପତ୍ର ବଣ୍ଡଲର ସିଲ୍ ପୂର୍ବରୁ ଖୋଲାଯାଇଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ଅଭିଯୋଗ କଲେ ବୋଲି ତାଙ୍କୁ ପରୀକ୍ଷାରେ ବସିବାର ସୁଯୋଗ ଦିଆଗଲାନି, ବଳପୂର୍ବକ ଅନ୍ୟ ଏକ ରୁମରେ ଦେଢଘଣ୍ଟା ଧରି ଅଟକ ରଖାଯାଇଥିଲା । ପରୀକ୍ଷା ସରିବା ପରେ ସଂପୃକ୍ତ ପରୀକ୍ଷାର୍ଥିଙ୍କୁ ରୁମରୁ ବାହାର କରିବା ପରେ ଘଟଣା ପଦାକୁ ଆସିଥିଲା । ଅପରପକ୍ଷରେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ପରୀକ୍ଷାରେ କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି କେନ୍ଦ୍ରର ପରିଚାଳକକହିଥିଲେ।

Tags: