ଆନ୍ଦୋଳନକୁ ଓହ୍ଲାଇଲେ ପୂର୍ବତନ ସେନା କର୍ମଚାରୀ

ଭୁବନେଶ୍ୱର : ଭୁବନେଶ୍ଵରରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା। ତାତିଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଭୁବନେଶ୍ୱର ପୋଲିସ ସେବାଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ। ସୂଚନାନୁସାରେ,୧୪ ସେପ୍ଟେମ୍ବରରେ ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ମାନସିକ ନିର୍ଯ୍ୟାତନା ସହ ଅସଦାଚରଣ କରାଯାଇଥିଲା I ଏହି ଘଟଣାରେ ଡିଜିପିଙ୍କ ନିର୍ଦେଶ ପରେ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ଵରରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା। ତାତିଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଭୁବନେଶ୍ୱର ପୋଲିସ ସେବାଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ।

ସୂଚନାନୁସାରେ,୧୪ ସେପ୍ଟେମ୍ବରରେ ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ମାନସିକ ନିର୍ଯ୍ୟାତନା ସହ ଅସଦାଚରଣ କରାଯାଇଥିଲା I ଏହି ଘଟଣାରେ ଡିଜିପିଙ୍କ ନିର୍ଦେଶ ପରେ ଭରତପୁର ଥାନା ଅଧିକାରୀଙ୍କ ସମେତ ୫ ଜଣଙ୍କୁ ସସପେଣ୍ଡ କରାଯିବା ସହ ୨ ଜଣଙ୍କୁ ବଦଳି କରାଯାଇଛି । କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅବସରପ୍ରାପ୍ତ ସେନା ଅଧିକାରୀମାନେ ଆଜି ୧୨୦ ବାଟାଲିଅନରୁ ପୁଲିସ ସେବା ଭବନ ଅଭିମୁଖେ ପ୍ଲାକାର୍ଡ ଧରି ନାରାବାଜି କରି ବାହାରିଛନ୍ତି। ସେମାନେ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଏହାର ତୀବ୍ର ନିନ୍ଦା କରିଛନ୍ତି। ଏହାଛଡ଼ା ସେମାନେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

Tags: