ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ଦେହାନ୍ତ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା I ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅବସର ବେଉରିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ତାଙ୍କ ପତ୍ନୀ […]
ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ଦେହାନ୍ତ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା I
ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅବସର ବେଉରିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି।
ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆ ରେଭେନ୍ସାରୁ ସ୍ନାତକ ଓ ଉତ୍କଳରୁ ରାଜନୀତି ବିଜ୍ଞାନରେ ପିଜି କରିଥିବା ଅବସର ବେଉରିଆ ଜଣେ ଦକ୍ଷ କୂଟନୀତିଜ୍ଞ ଥିଲେ। ସେ ସଂସ୍କୃତିର ସୁରକ୍ଷା ଦିଗରେ ବହୁ କାମ କରିଛନ୍ତି। ରିଜିଓନାଲ ମ୍ୟୁଜିଅମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରିରେ ତାଙ୍କର ସଂଗୃହୀତ ସାମଗ୍ରୀ ରହିଛି। ସେ ଜାପାନ, ରୁଷିଆ, ଆମେରିକା, ୟୁଏଇ, ମ୍ୟାନମାର, ଶ୍ରୀଲଙ୍କା ଓ ମାଡାଗାସ୍କାରରେ ଥିବା ଭାରତୀୟ ଦୂତାବାସରେ କାମ କରିଛନ୍ତି। ସେ ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କାରରେ ୧୯୯୯ ମସିହା ସେପ୍ଟେମ୍ବରରୁ ୨୦୦୧ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରଦୂତ ଭାବେ କାମ କରିଥିଲେ। ଅଧିକାଂଶ ସମୟରେ ବିଭିନ୍ନ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଅବସର ବେଉରିଆ ଭାରତୀୟ ପ୍ରତିନିଧି ଦଳ ସହ ସାମିଲ ହୋଇଥିଲେ। । ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ସେ ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପକ ଭାବେ କାମ କରିଥିଲେ। ଅବସର ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ ।




