ମତଦାନ ଆରମ୍ଭରୁ ଇଭିଏମ ଅଚଳ
ଭୁବନେଶ୍ୱର : ଆଜି ରାଜ୍ୟର ୬ଟି ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ତେବେ ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ଭଳି ଏଥର ମଧ୍ୟ ବିଭିନ୍ନ ସ୍ଥାନରେ ଇଭିଏମ୍ ତ୍ରୁଟି ଦେଖାଯାଇଛି। ଏଥି ପାଇଁ ମତଦାତା ଅସନ୍ତୁଷ୍ଟ ଥିବା ବେଳେ କିଛି ସ୍ଥାନରେ ଚାପା ଉତ୍ତେଜନା ଦେଖାଯାଇଛି । ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର […]
ଭୁବନେଶ୍ୱର : ଆଜି ରାଜ୍ୟର ୬ଟି ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ତେବେ ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ଭଳି ଏଥର ମଧ୍ୟ ବିଭିନ୍ନ ସ୍ଥାନରେ ଇଭିଏମ୍ ତ୍ରୁଟି ଦେଖାଯାଇଛି। ଏଥି ପାଇଁ ମତଦାତା ଅସନ୍ତୁଷ୍ଟ ଥିବା ବେଳେ କିଛି ସ୍ଥାନରେ ଚାପା ଉତ୍ତେଜନା ଦେଖାଯାଇଛି ।
ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀର ୧୨୨ ନଂ ବୁଥ୍ରେ EVM ଅଚଳ ହୋଇଥିବା ବେଳେ ନୀଳାଦ୍ରି ବିହାର ବୁଥ୍ ନଂ ୭୩, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ EVM ଅଚଳ ହୋଇଯାଇଛି। ହରିରାଜପୁର ବୁଥ୍ ନଂ ୧୪୮ରେ ମଧ୍ୟ ସମାନ ଅବସ୍ଥା। ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍ ରେ EVM ଅଚଳ ହୋଇଯାଇଛି। ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାନ ସଦ୍ଭା ଆସନ ୮୮ ର ବାରଙ୍ଗ ବ୍ଲକ୍ ବୁଥ୍ ନମ୍ବର ୨୩୧ରେ ଇଭିଏମ୍ ଅଚଳ ହୋଇଥିଲା। ନୂଆ ମେସିନ ଲାଗିବା ପରେ ୨୦ ମିନିଟ୍ ବିଳମ୍ଵରେ ଆରମ୍ ହୋଇଥିଲା।
କଟକ ବାରବାଟୀର ବୁଥ୍ ନଂ ୨୪ରେ EVM ଅଚଳ ହୋଇଥିବା ଖବର ସାମନାକୁ ଆସିଛି। ସେହିଭଳି କଟକ ବିଡ଼ାନସୀ ବୁଥ୍ ନଂ ୬ରେ EVM କାମ କରୁନି।
ଅନ୍ୟପଟେ ସମ୍ବଲପୁର ସହରର ବାଲିବନ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ବୁଥରେ ଇଭିଏ୍ରେ ଯାନ୍ତ୍ରିକ ତ୍ରୁଟି ପାଇଁ ମତଦାନ କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି । ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।




