ସନ୍ଧ୍ୟାସୁଦ୍ଧା ବିଦ୍ୟୁତ ସଂଯୋଗ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜିରୋ କାଜୁଆଲିଟିରେ ସଫଳ ମୁଖ୍ୟମନ୍ତ୍ରୀ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜିରୋ କାଜୁଆଲିଟିରେ ସଫଳ ହୋଇଛୁ କହିଲେ । ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏଥିସହ ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ ବୋଲି କହିଛନ୍ତି । ଶୁକ୍ରବାର ସକାଳେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା […]
ଭୁବନେଶ୍ୱର : ଜିରୋ କାଜୁଆଲିଟିରେ ସଫଳ ମୁଖ୍ୟମନ୍ତ୍ରୀ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜିରୋ କାଜୁଆଲିଟିରେ ସଫଳ ହୋଇଛୁ କହିଲେ । ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏଥିସହ ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ ବୋଲି କହିଛନ୍ତି ।
ଶୁକ୍ରବାର ସକାଳେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା ବୈଠକ କରିଥିଲେ । ଏଥିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇ ବି ଖୁରାନିଆ ଓ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଥିଲେ । ବାତ୍ୟା ପରବର୍ତ୍ତୀ ଅବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ।
କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ। ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ୱାଭାବିକ ହେବ । ୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା କାଳରେ ୧୬ ଶହ ଶିଶୁ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାରି ଭିତରେ ୧୩ ଜଣ ମା’ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ସମସ୍ତ ମା’ ଏବଂ ଶିଶୁ ସୁସ୍ଥ ରହିଛନ୍ତି ।
ଶେଷ ହୋଇଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବା ପରେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏବେ ପବନର ବେଗ ୮୦ରୁ ୯୦ କିଲୋମିଟର ରହିଛି। ଆଗାମୀ ୬ ଘଣ୍ଟା ଭିତରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବ। ଏହା ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡାରେ ବର୍ଷା ଜାରି ରହିଛି।




