ଏମିତି ବି ମୃତ୍ୟୁ ଆସେ

କୋଇଡା : ଦାନ୍ତ ଘଷୁଥିବା ସମୟରେ ଚାଲିଗଲା ଜୀବନ I ନାଳକୁ ଗାଡି ଧୋଇବାକୁ ଆସିଥିବା ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି I ଗାଡ଼ିଟିକୁ ନାଳରେ ଧୋଇ ଡ୍ରାଇଭର ପଛକୁ ବ୍ୟାକ କରୁଥିବା ସମୟରେ ପଛରେ ବସି ଦାନ୍ତ ଘଷୁଥିବା ବସୁଦେବ ନାୟକ(୫୦)ଙ୍କୁ ଧକ୍କା ଦେଇଥିଲା I ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I ସକାଳୁ ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁରେ I […]

Samaya Live Picture
Published On

କୋଇଡା : ଦାନ୍ତ ଘଷୁଥିବା ସମୟରେ ଚାଲିଗଲା ଜୀବନ I ନାଳକୁ ଗାଡି ଧୋଇବାକୁ ଆସିଥିବା ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି I ଗାଡ଼ିଟିକୁ ନାଳରେ ଧୋଇ ଡ୍ରାଇଭର ପଛକୁ ବ୍ୟାକ କରୁଥିବା ସମୟରେ ପଛରେ ବସି ଦାନ୍ତ ଘଷୁଥିବା ବସୁଦେବ ନାୟକ(୫୦)ଙ୍କୁ ଧକ୍କା ଦେଇଥିଲା I ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I ସକାଳୁ ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁରେ I ଘଟଣା ଘଟିବା ପରେ ବୋଲେରୋ ଗାଡ଼ିରେ ଥିବା ଦୁଇ ଯୁବକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି । ଏହି ଘଟଣାପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା I ଖବର ପାଇ ଘଟଣାସ୍ଥଳରେ କୋଇଡା ପୋଲିସ ପହଁଚି ତଦନ୍ତ ଜାରି ରଖିଛି I

Tags: