ଏମିତି ବି ମୃତ୍ୟୁ ଆସେ,ବାପାଙ୍କ ମୃତଦେହ ନେଇ ଆସୁଥିବାବେଳେ ଦୁର୍ଘଟଣାରେ ପୁଅଙ୍କ ମୃତ୍ୟୁ
ଭୁବନେଶ୍ୱର : ମୃତ୍ୟୁ ଚିରନ୍ତନ ସତ୍ୟ । ଏହା କେଉଁଠି କେତେବେଳେ ଏବଂ କେଉଁପରି ଆସିବ ତାହା ଅକଳ୍ପନୀୟ । ବିଧତାର ଖେଳ ଆଗରେ ସମସ୍ତେ ନତମସ୍ତକ । ବାପାର ଶବ ନେଇ ଫେରୁଥିବାବେଳେ ଦୁର୍ଘଟଣାରେ ଏକମାତ୍ର ପୁଅର ମୃତ୍ୟୁ । ଘରୁ ଉଠିଛି ଏକାବେଳକେ ଦୁଇ ଦୁଇଟି କୋକେଇ । ଡକାଡକି ହୋଇ ଚାଲିଗଲେ ବାପା -ପୁଅ । ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ । ମୃତ […]
ଭୁବନେଶ୍ୱର : ମୃତ୍ୟୁ ଚିରନ୍ତନ ସତ୍ୟ । ଏହା କେଉଁଠି କେତେବେଳେ ଏବଂ କେଉଁପରି ଆସିବ ତାହା ଅକଳ୍ପନୀୟ । ବିଧତାର ଖେଳ ଆଗରେ ସମସ୍ତେ ନତମସ୍ତକ । ବାପାର ଶବ ନେଇ ଫେରୁଥିବାବେଳେ ଦୁର୍ଘଟଣାରେ ଏକମାତ୍ର ପୁଅର ମୃତ୍ୟୁ । ଘରୁ ଉଠିଛି ଏକାବେଳକେ ଦୁଇ ଦୁଇଟି କୋକେଇ । ଡକାଡକି ହୋଇ ଚାଲିଗଲେ ବାପା -ପୁଅ । ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ । ମୃତ ବାପା ହେଉଛନ୍ତି ଦୀନବନ୍ଧୁ ନାୟକ ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁଅ ଶୁଭପ୍ରକାଶ ନାୟକ । କିଛିଦିନ ତଳେ ଅସୁସ୍ଥ ବାପାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା କରିବାକୁ ନେଇଥିଲା ପୁଅ । ଗତକାଲି ସକାଳେ ବାପାଙ୍କ ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ବ୍ଲକ ମିଟୁଆଣି ସ୍ଥିତ ନିଜ ଗାଁକୁ ନେଇ ଫେରୁଥିଲା । କିନ୍ତୁ ଘରକୁ ଫେରିବା ବେଳେ ନିଜେ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କଲା । ଆଉ ବାପା ଓ ପୁଅଙ୍କ ଏକ ସାଙ୍ଗରେ ମୃତ୍ୟୁ ଖବର ସାରା ପରିବାରକୁ ଭାଙ୍ଗି ଦେଇଛି ।
ଖବର ଅନୁସାରେ ମିଟୁଆଣି ଗାଁର ଗୋପବନ୍ଧୁ ନାୟକ, ୩ ମାସ ପୂର୍ବରୁ ଉଚ୍ଚ ରକ୍ତଚାପ କାରଣରୁ ଅସୁସ୍ଥ ହୋଇ କଟକ ଏସିବିରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ଗୋପବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ଶବକୁ ଆମ୍ବୁଲାନ୍ସରେ ନେଇ ଫେରୁଥିଲେ ପୁଅ ଶୁଭପ୍ରକାଶ । ଗତକାଲି ଦିନ ୧୨ଟାରେ ପାଣିକୋଇଲି ନିକଟରେ ପାଣି ବୋତଲ କିଣି ରାସ୍ତା ପାର ହେଉଥିବାବେଳେ ଶୁଭପ୍ରକାଶଙ୍କୁ ଏକ ପିକ୍ ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ରାଯାଇଥିଲା। ହେଲେ କଟକ ପହଞ୍ଚିବା ପୂର୍ବରୁ ଅଧ ବାଟରେ ଚାଲିଗଲା ପୁଅ ଶୁଭପ୍ରକାଶଙ୍କ ଜୀବନ। ବାପା ଓ ପୁଅଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।




