ଏଣିକି ଶ୍ରୀମନ୍ଦିର ଗଲେ ପିନ୍ଧିବେ ପାରମ୍ପରିକ ପୋଷାକ
ପୁରୀ : ଶ୍ରଦ୍ଧାଳୁଙ୍କ ପୋଷାକରେ ରହିବ ଶାଳୀନତା I ଏଣିକି ଶ୍ରୀ ମନ୍ଦିର ଗଲେ ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ମନ୍ଦିର ପ୍ରବେଶ କରିପାରିବେ ନାହିଁ। ଶାଳୀନତା ଭାବରେ ପୋଷାକ ପିନ୍ଧି ନଗଲେ ଭକ୍ତଙ୍କୁ ଶ୍ରୀ ମନ୍ଦିର ମନା I ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁୟାରୀ ୧ ତାରିଖରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ । ଏଥିପାଇଁ ପ୍ରଥମେ ସଚେତନ […]
ପୁରୀ : ଶ୍ରଦ୍ଧାଳୁଙ୍କ ପୋଷାକରେ ରହିବ ଶାଳୀନତା I ଏଣିକି ଶ୍ରୀ ମନ୍ଦିର ଗଲେ ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ମନ୍ଦିର ପ୍ରବେଶ କରିପାରିବେ ନାହିଁ। ଶାଳୀନତା ଭାବରେ ପୋଷାକ ପିନ୍ଧି ନଗଲେ ଭକ୍ତଙ୍କୁ ଶ୍ରୀ ମନ୍ଦିର ମନା I ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁୟାରୀ ୧ ତାରିଖରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ । ଏଥିପାଇଁ ପ୍ରଥମେ ସଚେତନ କରାଯିବ ଓ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଆସନ୍ତାକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଯେଉଁମାନେ ଅମାନ୍ୟ କରିବେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଆଜି ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅକ୍ଟୋବର ୨୫ରୁ ବାଳଧୂପ ଓ ରାଇଦାମୋଦର ବେଶ(କାର୍ତ୍ତିକ ବ୍ରତ) ଆରମ୍ଭ ହେଉଥିବାରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି Iଏଥିସହ କୁମାର ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗ୍ରହଣ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।
ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବେ। କୌଣସି ଚରାଫଟା ଓ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍ ପିଲା ହାପ୍ ପ୍ୟାଣ୍ଟ ପିନ୍ଧି ପାରିବେ। ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍ ପିନ୍ଧିନଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭିତରଚ୍ଛ ଭବାନୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟିର ୫ ସେବାୟତ ପ୍ରତିନିଧି ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ଜଗନ୍ନାଥ କର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜ, ନୀତି ସବ୍କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I




