ରତ୍ନ ଭଣ୍ଡାର ମରାମତି ପାଇଁ ବିଳମ୍ବ ହେବ ଗଣତି ମଣତି – ଆଇନ ମନ୍ତ୍ରୀ
ଭୁବନେଶ୍ୱର : ବିଳମ୍ବ ହେଉଛି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି । ଆଉ ମାସେ କି ଦି’ମାସ ଲାଗିବ ମରାମତି କାର୍ଯ୍ୟ । ଯେତିକି ଆକଳନ କରାଯାଇଥିଲା ତା’ଠାରୁ ଅଧିକ ମରାମତି ଆବଶ୍ୟକ । ତେଣୁ ରତ୍ନ ଭଣ୍ଡାର ଗଣତିରେ ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରତ୍ନ ଭଣ୍ଡାର ମରାମତି ପାଇଁ ଏଏସ୍ଆଇ ମାର୍ଚ୍ଚ ମାସ ଯାଏ ସମୟ ମାଗିଥିଲେ […]
ଭୁବନେଶ୍ୱର : ବିଳମ୍ବ ହେଉଛି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି । ଆଉ ମାସେ କି ଦି’ମାସ ଲାଗିବ ମରାମତି କାର୍ଯ୍ୟ । ଯେତିକି ଆକଳନ କରାଯାଇଥିଲା ତା’ଠାରୁ ଅଧିକ ମରାମତି ଆବଶ୍ୟକ । ତେଣୁ ରତ୍ନ ଭଣ୍ଡାର ଗଣତିରେ ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରତ୍ନ ଭଣ୍ଡାର ମରାମତି ପାଇଁ ଏଏସ୍ଆଇ ମାର୍ଚ୍ଚ ମାସ ଯାଏ ସମୟ ମାଗିଥିଲେ । କିନ୍ତୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ବାରମ୍ବାର ମରାମତି କାମକୁ ସ୍ଥଗିତ ରଖାଯାଉଛି । ଯାହା ଫଳରେ ମରାମତି କାର୍ଯ୍ୟରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି ।
ଆଇନମନ୍ତ୍ରୀ ରତ୍ନ ଭଣ୍ଡାରେ ମରାମତି ଏବଂ ଅଳଙ୍କାର ଗଣତିକୁ ନେଇ ସୋମବାର ବଡ଼ ସୂଚନା ଦେଇଛନ୍ତି । ଧାର୍ଯ୍ୟ ଦିନରୁ ରତ୍ନଭଣ୍ଡାର ମରାମତି କାମ ବିଳମ୍ବ ହେଉଛି । କାମ ବିଳମ୍ବ ହେଉଥିବାରୁ ମାର୍ଚ୍ଚ ସୁଦ୍ଧା ମରାମତି କାର୍ଯ୍ୟ ଶେଷ ହେବ ନାହିଁ ଏବଂ ଗଣତି ମଣତି ମଧ୍ୟ ହୋଇପାରିବ ନାହିଁ । କେତେ ଦିନ ମରାମତି କାମ ସରିବ ସେ ନେଇ ଆକଳନ କରାଯାଇ ପାରୁ ନାହିଁ । କିନ୍ତୁ ମରାମତି କାମକୁ ଆହୁରି ମାସେ କିମ୍ବା ଦୁଇ ମାସ ସମୟ ଲାଗିବ । ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି । ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।




