ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ୬ ମାସ ଯାଏଁ ଏସମା ଲାଗୁ
ଭୁବନେଶ୍ବର: ୬ ମାସ ଯାଏଁ ଆନ୍ଦୋଳନ କରି ପାରିବେ ନାହିଁ ଡାକ୍ତରଖାନା କର୍ମଚାରୀ I ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଉପରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାରଙ୍କ ଗୃହ ବିଭାଗ । ୬ ମାସ ପର୍ଯ୍ଯନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଏହା ଛଡା ସ୍ୱାସ୍ଥ୍ୟ କର୍ମୀ ମଧ୍ୟ କାର୍ଯ୍ୟ ଛାଡ ଆନ୍ଦୋଳନ କରିପାରିବେ ନାହିଁ । ଖାଲି ସେତିକି ନୁହେଁ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ । ଜରୁରୀ […]
ଭୁବନେଶ୍ବର: ୬ ମାସ ଯାଏଁ ଆନ୍ଦୋଳନ କରି ପାରିବେ ନାହିଁ ଡାକ୍ତରଖାନା କର୍ମଚାରୀ I ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଉପରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାରଙ୍କ ଗୃହ ବିଭାଗ । ୬ ମାସ ପର୍ଯ୍ଯନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ । ଏହା ଛଡା ସ୍ୱାସ୍ଥ୍ୟ କର୍ମୀ ମଧ୍ୟ କାର୍ଯ୍ୟ ଛାଡ ଆନ୍ଦୋଳନ କରିପାରିବେ ନାହିଁ । ଖାଲି ସେତିକି ନୁହେଁ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ । ଜରୁରୀ ସେବା ଆଇନ୍ ୧୯୮୮ ଆଧାରରେ ଏହି କଟକଣା ଲଗାଯାଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିୟମ ବଳବତ୍ତର ରହିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।




