ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି

ଭୁବନେଶ୍ୱର : ଆଜି ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ଟି ଲୋକସଭା ଆସନ ସହ ୩୫ ଟି ବିଧାନସଭା ଆସନ ପାଇଁ ହେଉଛି ମତଦାନ I ତେବେ କେତେକ ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କଣ୍ଟାବାଂଜିର ସଖୀ ବୁଥ୍ ନମ୍ବର ୫୩ , ବୀରମହାରାଜପୁରର ୨୧୭ ନମ୍ବର ବୁଥ୍, ବଲାଙ୍ଗୀରର ୧୫୩ ନମ୍ବର ବୁଥରେ ଇଭିଏମ୍ ମେସିନରେ ସମସ୍ୟା […]

Samaya Live Picture
Published On

ଭୁବନେଶ୍ୱର : ଆଜି ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ଟି ଲୋକସଭା ଆସନ ସହ ୩୫ ଟି ବିଧାନସଭା ଆସନ ପାଇଁ ହେଉଛି ମତଦାନ I ତେବେ କେତେକ ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କଣ୍ଟାବାଂଜିର ସଖୀ ବୁଥ୍ ନମ୍ବର ୫୩ , ବୀରମହାରାଜପୁରର ୨୧୭ ନମ୍ବର ବୁଥ୍, ବଲାଙ୍ଗୀରର ୧୫୩ ନମ୍ବର ବୁଥରେ ଇଭିଏମ୍ ମେସିନରେ ସମସ୍ୟା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ଅନ୍ୟପଟେ ସାନଖେମୁଣ୍ଡିର ବୁଥ୍ ନମ୍ବର ୪୫୭ ଓ ୪୮ରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥିଲା ।

ସେହିପରି ସୁନ୍ଦରଗଡ଼ ପୌରାଞ୍ଚଳ ୨୧୧ ନମ୍ବର ବୁଥରେ ଇଭିଏମ ରେ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା I ତେବେ ମତଦାନ କେନ୍ଦ୍ରରେ ଲୋକଙ୍କ ହୋହାଲ୍ଲା ଯୋଗୁଁ ଭୟଭୀତ ହୋଇ ଡିୟୁଟିରେ ଥିବା ଜଣେ ମହିଳା ପ୍ରିଜାଇଡ଼ିଂ ଅଫିସର ଅସୁସ୍ଥ ହୋଇପଡିଥିଲେ I ଅଚେତ ଅବସ୍ଥାରେ ତାଙ୍କୁ ସଂଗେ ସଂଗେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା I

ଏହାସହ ମତଦାନ ସମୟରେ କିଛି ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ରହିଛି । ଦିଗପହଣ୍ଡି, ବୁଥରେ ଏଜେଣ୍ଟ ପ୍ରବେଶକୁ ଉତ୍ତେଜନା ହୋଇଥିବାବେଳେ ଧରାକୋଟ୍ କୁସଗୁମ୍ମା ୨୧ ନମ୍ବର ବୁଥରେ ଦୁଇ ଏଜେଣ୍ଟଣ୍ଟଙ୍କ ପ୍ରବେଶକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।

Tags: