ସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ବ୍ରହ୍ମପୁର : ସିବିଆଇ ହାତରେ ଧରାପଡ଼ିଲେ ଇପିଏଫଓ ଅଧିକାରୀ । ଡିଜିଟାଲ ଦସ୍ତଖତ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀସ୍ଥିତ ଏକ ହୋଟେଲରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ […]

ସିବିଆଇ ଜାଲରେ ଇପିଏଫଓ ଅଧିକାରୀ
Samaya Live Picture
Published On

ବ୍ରହ୍ମପୁର : ସିବିଆଇ ହାତରେ ଧରାପଡ଼ିଲେ ଇପିଏଫଓ ଅଧିକାରୀ । ଡିଜିଟାଲ ଦସ୍ତଖତ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀସ୍ଥିତ ଏକ ହୋଟେଲରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ସିବିଆଇ ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ ଥିଲା। ଏନେଇ ସେ ବ୍ରହ୍ମପୁର ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଯୁବକଙ୍କ ଡିଜିଟାଲ୍ ଦସ୍ତଖତ ପାଇଁ ପିଆରଓ ଦିନ ଗଡ଼ାଇ ଚାଲିଥିଲେ। ଏହି ସମୟରେ ଗୋଟିଏ କମ୍ପାନୀ ପାଇଁ ଡିଜିଟାଲ ଦସ୍ତଖତ ମଞ୍ଜୁର କରିବାକୁ ପିଆରଓ ଜଣଙ୍କ ୫ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ । ୧୦ ହଜାର ଟଙ୍କା ଲାଞ୍ଚ ନେଇ ପ୍ରଥମେ ୨ଟି କମ୍ପାନୀର କାମ କରିଦେବାକୁ ଯୁବକଙ୍କୁ କହିଥିଲେ । ଏନେଇ ଯୁବକ ଜଣକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ଆଜି ପିଆରଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ସିବିଆଇ ହାତରେ ଧରାପଡ଼ିଛନ୍ତି । ଅଧିକ ପଚରାଉଚରା ପାଇଁ ଅନିଲଙ୍କୁ ସିବିଆଇ ଅଧିକାରୀ ଜେରା କରୁଛନ୍ତି ।

Tags: