ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ,୫ଅଟକ

ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ I କଡା କଟକଣା ସତ୍ୱେ ମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ। ରବିବାର ଭକ୍ତଙ୍କ ଭିଡ଼ ଭିତରେ ବାଂଲାଦେଶର ୪ ଜଣ ଅଣହିନ୍ଦୁ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଜଣେ ହିନ୍ଦୁଙ୍କ ସହିତ ୪ଜଣ ବାଂଲାଦେଶୀ ଅଣହିନ୍ଦୁଙ୍କୁ ଅଟକ ରଖିଛି ସିଂହଦ୍ୱାର ପୋଲିସ I ତେବେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ ଥିବାବେଳେ କିପରି ଏମାନେ ପ୍ରବେଶ କଲେ ସେ ନେଇ ବଡ଼ଦେଉଳର […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ I କଡା କଟକଣା ସତ୍ୱେ ମନ୍ଦିର ଭିତରକୁ ପ୍ରବେଶ କଲେ ଅଣହିନ୍ଦୁ। ରବିବାର ଭକ୍ତଙ୍କ ଭିଡ଼ ଭିତରେ ବାଂଲାଦେଶର ୪ ଜଣ ଅଣହିନ୍ଦୁ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଜଣେ ହିନ୍ଦୁଙ୍କ ସହିତ ୪ଜଣ ବାଂଲାଦେଶୀ ଅଣହିନ୍ଦୁଙ୍କୁ ଅଟକ ରଖିଛି ସିଂହଦ୍ୱାର ପୋଲିସ I ତେବେ ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ ଥିବାବେଳେ କିପରି ଏମାନେ ପ୍ରବେଶ କଲେ ସେ ନେଇ ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବାଂଲାଦେଶରୁ ୯ ଜଣ ଆସିଥିଲେ। ଏମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଥିବାବେଳେ ୮ ଜଣ ଅଣହିନ୍ଦୁ ରହିଛନ୍ତି। ତେବେ ରବିବାର ସନ୍ଧ୍ୟାରେ ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଆଉ ଶ୍ରୀମନ୍ଦିରରୁ ବାହାରିଲା ବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି। ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ସିଂହଦ୍ୱାର ଥାନା ପୁଲିସର ଜିମା ଦେଇଛନ୍ତି।

ଏହାପରେ ପୁଲିସ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି। ସେମାନେ କେବେଠାରୁ ଆସିଲେଣି, କେଉଁଠି ରହୁଥିଲେ ଏବଂ ସେମାନଙ୍କ ପାସ୍‌ପୋର୍ଟ, ଭିସା ଆଦି କାଗଜପତ୍ର ଯାଞ୍ଚ କରିଛି। ୩ ଜଣଙ୍କ ପାସ୍‌ପୋର୍ଟ ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ସେମାନେ ରହୁଥିବା ସମୁଦ୍ରକୂଳ ସ୍ୱସ୍ତିକ ହୋଟେଲରେ ପୋଲିସ ଛାନଭିନ କରୁଛି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ସୁଶୀଲ ମିଶ୍ର କହିଛନ୍ତି, କିଛି ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେହି ଅଣହିନ୍ଦୁମାନଙ୍କୁ ଥାନାରେ ଅଟକ ରଖାଯାଇ ଭେରିଫିକେଶନ କରାଯାଉଛି। ସେମାନେ କେବେଠୁ ପୁରୀ ଆସିଛନ୍ତି, କେଉଁ ହୋଟେଲରେ ରହୁଛନ୍ତି ଏବଂ କେଉଁଠାରୁ ଆସିଛନ୍ତି ପଚରାଉଚରା କରାଯାଉଥିବା ବେଳେ ପାସ୍‌ପୋର୍ଟ ଯାଞ୍ଚ ହେଉଛି। ସେମାନେ କେଉଁ ଭିସାରେ ଆସିଛନ୍ତି ତାହାର ମଧ୍ୟ ଯାଞ୍ଚ କରାଯିବ ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

Tags: