ଶୀତରେ ଥରୁଛି ସାରା ଓଡିଶା, ଜି. ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ୱର : କିଛି ଦିନର ଲୁଚକାଳି ପରେ ନୂଆ ବର୍ଷରୁ ରାଜ୍ୟରେ ବଢିଛି ଶୀତର ପ୍ରକୋପ I ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ। ୧ ରୁ ସାଢେ ୪ ଡିଗ୍ରୀ ସେଲସିୟସ୍ କମିଯାଇଛି ଶୀତ I ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ […]

Samaya Live Picture
Published On

ଭୁବନେଶ୍ୱର : କିଛି ଦିନର ଲୁଚକାଳି ପରେ ନୂଆ ବର୍ଷରୁ ରାଜ୍ୟରେ ବଢିଛି ଶୀତର ପ୍ରକୋପ I ପ୍ରବଳ ଜାଡରେ ଥରୁଛି ଓଡ଼ିଶା। ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ। ୧ ରୁ ସାଢେ ୪ ଡିଗ୍ରୀ ସେଲସିୟସ୍ କମିଯାଇଛି ଶୀତ I ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ଜି. ଉଦୟଗିରିରେ ୪.୮ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

ଜି. ଉଦୟଗିରି ୪.୮ ଡିଗ୍ରୀ, ସେମିଳିଗୁଡା ୬.୮ ଡିଗ୍ରୀ, ରାଉରକେଲା ୭.୨ ଡିଗ୍ରୀ, ଫୁଲବାଣୀ ୭.୫ ଡିଗ୍ରୀ, ଝାରସୁଗୁଡା ୭.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଡିଗ୍ରୀ, ଚିପିଲିମା ୯.୩ ଡିଗ୍ରୀ, କିରେଇ ୯.୯ ଡିଗ୍ରୀ, ସୁନ୍ଦରଗଡ଼ , ବଲାଙ୍ଗୀର ଓ ଭବନୀପାଟଣାରେ ତାପମାତ୍ରା ୧୦ ଡିଗ୍ରୀ ରହିଛି।

ସେହିପରି,ଭୁବନେଶ୍ୱରରେ ୨ଦିନରେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇଛି। ଡିସେମ୍ବର ୩୦ରେ ଏଠାରେ ତାପମାତ୍ରା ୧୯.୪ ଡିଗ୍ରୀ ରହିଥିବା ବେଳେ ଗୁରୁବାର ୧୪.୬ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା। ତେବେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା।

Tags: