ଝାରସୁଗୁଡା ଜିଲ୍ଲାରେ ଆୟୋଜିତ ହେବ ଉଦ୍ୟୋଗ ଓଡିଶା-୨୦୨୩
ରାଜ୍ୟରେ ଶିଳ୍ପାୟନ ଓ ଉଦ୍ୟୋଗକୁ ଆଗକୁ ନେବା ଓ ଜାତୀୟ ସ୍ତରରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟୋଗଓଡିଶା-୨୦୨୩ (Enterprise Odisha-2023)ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜିତ କରାଯିବ।ପ୍ରଥମ ଥର ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାରେ ଉଦ୍ୟୋଗୀ ମାନଙ୍କୁ ନେଇ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏଥିରେ ଦେଶ ବିଦେଶରୁ ଅନେକ ନିବେଶକ,କୂଟନୀତିଜ୍ଞ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଉତ୍ପାଦକ ଓ ବିତରକ ଏଥିରେ ଯୋଗ ଦେବେ। ଡିସେମ୍ବର ମାସ୧୫ ରୁ ୧୭ ତାରିଖ […]
ରାଜ୍ୟରେ ଶିଳ୍ପାୟନ ଓ ଉଦ୍ୟୋଗକୁ ଆଗକୁ ନେବା ଓ ଜାତୀୟ ସ୍ତରରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟୋଗଓଡିଶା-୨୦୨୩ (Enterprise Odisha-2023)ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜିତ କରାଯିବ।ପ୍ରଥମ ଥର ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାରେ ଉଦ୍ୟୋଗୀ ମାନଙ୍କୁ ନେଇ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏଥିରେ ଦେଶ ବିଦେଶରୁ ଅନେକ ନିବେଶକ,କୂଟନୀତିଜ୍ଞ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଉତ୍ପାଦକ ଓ ବିତରକ ଏଥିରେ ଯୋଗ ଦେବେ। ଡିସେମ୍ବର ମାସ୧୫ ରୁ ୧୭ ତାରିଖ ଯାଏଁ ଏହି ସମ୍ମିଳନୀ ଝାରସୁଗୁଡା ଜିଲ୍ଲାରେ ଆୟୋଜନ କରାଯିବ।ଏ ନେଇ ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଯୋଗ ଦେଇଥିଲେ।
ବୈଠକରେ ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟକୁ ଶିଳ୍ପାୟନ କ୍ଷେତ୍ରରେ ଆଗକୁ ନେବା ପାଇଁ ଅନେକ ସମ୍ଭାବନା ରହିଛି ଗ୍ରାମୀଣ ଅଞ୍ଚଳରେ ବର୍ତ୍ତମାନ ଚାଷୀମାନେ ମୁଖ୍ୟତଃ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗୀ ଦିଗରେ ଅଗ୍ରସର ହେଲେଣି, ଯାହା ଭବିଷ୍ୟତ ରେ ରାଜ୍ୟ ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଆଣିବାରେ ସହାୟକ ହେବ।ଏହି ସମ୍ମିଳନୀ ମୁଖ୍ୟତଃ ଜନଜାତିଓମହିଳା ଉଦ୍ୟୋଗୀଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଯୋଗାଇବ।
ତିନି ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀର ଆୟୋଜନ କରିବ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ)।ଅନେକ ଶିଳ୍ପାନୁଷ୍ଠାନ ପ୍ରଦର୍ଶନୀରେ ଭାଗନେବେ। ଆଜିର ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମାଓ ଇପିକଲର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବି.ଏସ୍ ପୁନିଆଉପସ୍ଥିତ ଥିବାବେଳେ ସିଆଇଆଇର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।




