ଆରମ୍ଭ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା
ଭୁବନେଶ୍ୱର : ଆଜିଠୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଆରମ୍ଭ l ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବ। ନାମଲେଖା ପାଇଁ କଟ୍-ଅଫ୍ ନମ୍ବର ପ୍ରକାଶ ପାଇଛି l ତଥ୍ୟାନୁଯାଇ, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଦୁଇଦିନ ମଧ୍ୟରେ ନାମ ଲେଖାଇ ପାରିବେ l ଏହି ନାମଲେଖା ପ୍ରକ୍ରିୟା ସାକ୍ଷିଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଚାଲିବ l ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ରହିଛି l ୩ଟି […]
ଭୁବନେଶ୍ୱର : ଆଜିଠୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ଆରମ୍ଭ l ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବ। ନାମଲେଖା ପାଇଁ କଟ୍-ଅଫ୍ ନମ୍ବର ପ୍ରକାଶ ପାଇଛି l
ତଥ୍ୟାନୁଯାଇ, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଦୁଇଦିନ ମଧ୍ୟରେ ନାମ ଲେଖାଇ ପାରିବେ l ଏହି ନାମଲେଖା ପ୍ରକ୍ରିୟା ସାକ୍ଷିଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଚାଲିବ l ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ରହିଛି l ୩ଟି ବିଭାଗରେ ୨୪ଟି ଲେଖାଏଁ ଆସନରେ ନାମଲେଖା ହେବ l ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଦିବାସୀ ଭାଷା ଏବଂ ଐତିହ୍ୟ ଆଦି ୩ଟି ବିଭାଗରେ ୨୪ଟି ଲେଖାଏଁ ଆସନ ରହିଛି l




