ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ବର୍ଷକୁ ୨ ଥର ହେବ ନାମଲେଖା
ଭୁବନେଶ୍ୱର : ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର I ଏଣିକି ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବର୍ଷକୁ ଦୁଇଥର ନାମ ଲେଖାଇ ପାରିବେ। ବର୍ଷକୁ ଗୋଟିଏ ପରିବର୍ତ୍ତେ ୨ଟି ଶିକ୍ଷା ଅଧିବେଶନ ହେବ। ଏଥିପାଇଁ ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ନାମଲେଖା କରାଯିବ। ଫଳରେ ପ୍ରଥମ ପର୍ଯାୟରେ ବଞ୍ଚିତ ଛାତ୍ରଛାତ୍ରୀମାନେ ଏଥିରୁ ଉପକୃତ ହୋଇପାରିବେ I ଚଳିତ ୨୦୨୪-୨୫ ଶିକ୍ଷାବର୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଲାଗୁ କରିପାରିବେ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମୁଖ୍ୟ ଜଗଦେଶ କୁମାର। […]
ଭୁବନେଶ୍ୱର : ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର I ଏଣିକି ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବର୍ଷକୁ ଦୁଇଥର ନାମ ଲେଖାଇ ପାରିବେ। ବର୍ଷକୁ ଗୋଟିଏ ପରିବର୍ତ୍ତେ ୨ଟି ଶିକ୍ଷା ଅଧିବେଶନ ହେବ। ଏଥିପାଇଁ ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ନାମଲେଖା କରାଯିବ। ଫଳରେ ପ୍ରଥମ ପର୍ଯାୟରେ ବଞ୍ଚିତ ଛାତ୍ରଛାତ୍ରୀମାନେ ଏଥିରୁ ଉପକୃତ ହୋଇପାରିବେ I ଚଳିତ ୨୦୨୪-୨୫ ଶିକ୍ଷାବର୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଲାଗୁ କରିପାରିବେ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମୁଖ୍ୟ ଜଗଦେଶ କୁମାର।
ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ଷକୁ ଦୁଇଥର ନାମଲେଖା ହେଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ଏଥିପାଇଁ ୟୁଜିସି ପକ୍ଷରୁ ବର୍ଷକୁ ଦୁଇଥର ନାମଲେଖା ପାଇଁ ଅନୁମତି ଦିଆଯାଇଛି । ପ୍ରଥମ ପ୍ରର୍ଯ୍ୟାୟରେ ଯଦି କେହି ନାମ ଲେଖାରୁ ବଞ୍ଚିତ ହୋଇଯାଇଥିବେ ସେମାନଙ୍କୁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେହି ଶିକ୍ଷାବର୍ଷରେ ହିଁ ତାଙ୍କର ପାଠପଢା ଆରମ୍ଭ କରିପାରିବେ । ଏଥିସହ ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ପାଇଁ ଆଗଭର ହେବେ । ତେବେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବର୍ଷକୁ ଦୁଇଥର ନାମଲେଖା ବାଧ୍ୟତାମୂଳକ ହେବ ନାହିଁ ବୋଲି ୟୁଜିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।




