ବଢୁଛି ଇଂଜିନିୟରିଂ ବେକାରୀ

ଭୁବନେଶ୍ୱର : ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର । ଇଂଜିନିୟରିଂ ପିଲାଙ୍କୁ ନାହିଁ ଚାକିରୀ । ବିଧାନ ସଭା ୨ୟ ଦିନରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ ପିଲା । ହେଲେ ସେମାନଙ୍କ ମଧ୍ୟରୁ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ । ସେହିପରି ରାଜ୍ୟରେ ଡିପ୍ଲୋମା ପଥର […]

ବଢୁଛି ଇଂଜିନିୟରିଂ ବେକାରୀ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର । ଇଂଜିନିୟରିଂ ପିଲାଙ୍କୁ ନାହିଁ ଚାକିରୀ । ବିଧାନ ସଭା ୨ୟ ଦିନରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ ପିଲା । ହେଲେ ସେମାନଙ୍କ ମଧ୍ୟରୁ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ।

ସେହିପରି ରାଜ୍ୟରେ ଡିପ୍ଲୋମା ପଥର ମଧ୍ୟ ସ୍ଥିତି ସମାନ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମାରେ ୫୪ ହଜାର ୧୮୯ ପିଲା ପାସ୍‌ କରିଛନ୍ତି । ହେଲେ ସେଥିମଧ୍ୟରୁ ମାତ୍ର ୨୦ ହଜାର ୯୬ ଜଣ ପିଲା ଚାକିରି ପାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ପିଲା ଚାକିରୀ ଆଶାରେ ବେକାର ବସିଛନ୍ତି । ଏହା ରାଜ୍ୟରେ ବୈଷୟିକ ଶିକ୍ଷାର ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି ମନ୍ତ୍ରୀ। ବିଧାୟକ ପବିତ୍ର ସାଉଁଟା ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ରଖିଛନ୍ତି ଲିଖିତ ଉତ୍ତର।

Tags: