ଜଳପ୍ରପାତରେ ଭାସିଯାଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ସୁନ୍ଦରଗଡ : ଭୋଜି କରିବାକୁ ଯାଇ ଜଳପ୍ରପାତରେ ଭାସି ଗଲେ ଇଂଜିନିୟରିଂ ଛାତ୍ର । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ସୋଲଗୁଡ଼ା VSS ଜଙ୍ଗଲରେ ଥିବା ବାଦଲଗିରି ଜଳପ୍ରପାତରେ ଅଘଟଣ । ନିଖୋଜ ଇଞ୍ଜିନିୟରିଂ ଛାତ୍ର ହେଲେ ରାଜଗାଙ୍ଗପୁର ଲିପିଲୋଇ, ପାନପଡ଼ା ଅଞ୍ଚଳର ଗୌରବ ବିପ୍ରା । ରବିବାର ରାଜଗାଙ୍ଗପୁର ଅଞ୍ଚଳରୁ ୧୩ ଜଣ ଯୁବକ ଏକ ପିକଅପ୍ ଗାଡ଼ିରେ ବାଦଲଗିରି ଜଳପ୍ରପାତକୁ ପିକନିକ କରିବାକୁ ଯାଇଥିଲେ ।ସେମାନଙ୍କ ମଧ୍ୟରୁ ୫ଜଣ ଜଳପ୍ରପାତରେ ଗାଧୋଉଥିବା […]

ଜଳପ୍ରପାତରେ ଭାସିଯାଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ
Samaya Live Picture
Published On

ସୁନ୍ଦରଗଡ : ଭୋଜି କରିବାକୁ ଯାଇ ଜଳପ୍ରପାତରେ ଭାସି ଗଲେ ଇଂଜିନିୟରିଂ ଛାତ୍ର । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ଥାନା ସୋଲଗୁଡ଼ା VSS ଜଙ୍ଗଲରେ ଥିବା ବାଦଲଗିରି ଜଳପ୍ରପାତରେ ଅଘଟଣ । ନିଖୋଜ ଇଞ୍ଜିନିୟରିଂ ଛାତ୍ର ହେଲେ ରାଜଗାଙ୍ଗପୁର ଲିପିଲୋଇ, ପାନପଡ଼ା ଅଞ୍ଚଳର ଗୌରବ ବିପ୍ରା ।

ରବିବାର ରାଜଗାଙ୍ଗପୁର ଅଞ୍ଚଳରୁ ୧୩ ଜଣ ଯୁବକ ଏକ ପିକଅପ୍ ଗାଡ଼ିରେ ବାଦଲଗିରି ଜଳପ୍ରପାତକୁ ପିକନିକ କରିବାକୁ ଯାଇଥିଲେ ।ସେମାନଙ୍କ ମଧ୍ୟରୁ ୫ଜଣ ଜଳପ୍ରପାତରେ ଗାଧୋଉଥିବା ବେଳେ ଗୌରବ ପାଣିରେ ବୁଡ଼ି ନିଖୋଜ ହୋଇଛନ୍ତି। ଖବର ପାଇ ଗୁରୁଣ୍ଡିଆ ପୋଲିସ ଓ ଅଗ୍ନିଶମ ବାହିନୀର ଯବାନମାନେ ନିଖୋଜ ଯୁବକକୁ ଖୋଜୁଥିଲେ ହେଁ ଅଦ୍ୟାବଧି କୌଣସି ସଫଳତା ହାସଲ କରିନଥିବା ସୂଚନା ରହିଛି।

Tags: