ଗୋ-ମାଫିଆଙ୍କୁ ଏନକାଉଣ୍ଟର ,୨ ଆହତ
ସମ୍ବଲପୁର : ଗୋରୁ ମାଫିଆଙ୍କୁ ଏନକାଉଣ୍ଟର । ୨ ବେଆଇନ ଗୋଚାଳାଣକାରୀଙ୍କ ମାଫିଆଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଆଜି ସକାଳ ପ୍ରାୟ ୫ ଟା ୩୫ ମିନିଟ ସମୟରେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଗୁଳି ବିନିମୟ ଘଟିଛି । ଏଥିରେ ପଶ୍ଚିମବଙ୍ଗର ୨ ଜଣ ଗୋଚାଲାଣ ମାଫିଆ ଆହତ ହୋଇଛନ୍ତି । ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ୨ଟି ଦେଶୀ ବନ୍ଧୁକ , ୪ଟି […]
ସମ୍ବଲପୁର : ଗୋରୁ ମାଫିଆଙ୍କୁ ଏନକାଉଣ୍ଟର । ୨ ବେଆଇନ ଗୋଚାଳାଣକାରୀଙ୍କ ମାଫିଆଙ୍କୁ ଏନକାଉଣ୍ଟର କରିଛି ପୋଲିସ। ଆଜି ସକାଳ ପ୍ରାୟ ୫ ଟା ୩୫ ମିନିଟ ସମୟରେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏହି ଗୁଳି ବିନିମୟ ଘଟିଛି । ଏଥିରେ ପଶ୍ଚିମବଙ୍ଗର ୨ ଜଣ ଗୋଚାଲାଣ ମାଫିଆ ଆହତ ହୋଇଛନ୍ତି । ଜଣଙ୍କ ବାମଗୋଡ଼ ଏବଂ ଜଣଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୋଲିସ ୨ଟି ଦେଶୀ ବନ୍ଧୁକ , ୪ଟି ଖୋକା, ଗୋଟିଏ କାର୍ ଜବତ କରାଯାଇଛି । ଘଟଣା ସମୟରେ ପୁଲିସ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଅପରାଧୀମାନେ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଆହତ ୨ ମାଫିଆଙ୍କୁ ବୁର୍ଲା ଭିମସାରକୁ ନିଆଯାଇଥିଲା, ଯେଉଁଠାରେ ସେମାନେ ବିପଦମୁକ୍ତ ବୋଲି ସୂଚନା ଦିଆଯାଇଛି।
ଗୋଚାଲାଣକାରୀଙ୍କଠାରୁ ପୁଲିସ ଚାରିଟି ଗୁଳି, ଦୁଇଟି ଦେଶୀ ପିସ୍ତଲ (୭.୬୫ଏମଏମ) ଏବଂ ଏକ କଳା ହୁଣ୍ଡାଇ କାର ଘଟଣାସ୍ଥଳରୁ ଜବତ କରିଛି। ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାର ବୋଲି ଜଣାଯାଇଛି। ଅଭିଯୁକ୍ତ ୩୦ରୁ ଅଧିକ ଗାଈ ଏବଂ ଷଣ୍ଢ ନେଇ ଏକ ଟ୍ରକରେ ନେଇ ଯାଉଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁସାରେ, ଆଜି (ମଙ୍ଗଳବାର) ଭୋର ସକାଳ ପ୍ରାୟ ୫ଟା ୩୫ ମିନିଟ ସମୟରେ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଏକ ଗୋରୁ ବୋଝେଇ ଟ୍ରକକୁ ଗୋଚାଲାଣକାରୀ ଏକ କାରରେ ଏସକଟ୍ କରି ନେଉଥିବା ଖବର ପୋଲିସ ଜାଣିବାକୁ ପାଇଥିଲା । ରାଜସ୍ଥାନ ନମ୍ବର ଥିବା ଏକ ଟ୍ରକରେ ପ୍ରାୟ ୨୫ରୁ ୩୦ଟି ଗାଈକୁ ଲୋଡ଼ କାରି ଟ୍ରକକୁ ଏକ କାରରେ ଏସକଟ୍ କରି ନିଆଯାଉଥିଲା । ଏନେଇ ପୋଲିସ ଗୋରୁ ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଗୋଚାଲାଣକାରୀଙ୍କ ପକ୍ଷରୁ ୩ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଏହାର ଜବାବରେ ପୋଲିସ ୫ ରାଉଣ୍ଡ ଫାୟାରିଂ କରଥିଲା । ଏଭଳି କିଛି ସମୟ ପୋଲିସ ଓ ଅଭିଯୁକ୍ତ ଗୋ-ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୨ ଅଭିଯୁକ୍ତଙ୍କ ଆଣ୍ଠୁ ତଳେ ଗୁଳି ବାଜିଛି ।
ସେହିପରି ଗତ କାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ମୋରଡାରୁ ପଶ୍ଚିମବଙ୍ଗକୁ ପ୍ରାୟ ୧୫୦ ଶହ ଗୋରୁ ଏବଂ ମଇଁଷି ଚୋରା ଚାଲାଣ ହେଉଥିବାବେଳେ ଅଟକ ରଖିଛି ପୋଲିସ । ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଧଡ଼ାସାହି ଛକ ନିକଟରେ ପହଞ୍ଚି ଉକ୍ତ ମଇଁଷି ଗୋଠକୁ ଅଟକାଇ ପଚାରାଉଚୁରା କରିଥିଲେ। ତେବେ ଉକ୍ତ ମଇଁଷିଗୁଡିକୁ ବିଳମ୍ବିତ ରାତିରେ ଥାନା ଅଧିକାରୀ ସୋରେନ ଥାନାକୁ ଆଣିଥିବା ବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।




