ବିଶିଷ୍ଟ ଭାଷାବିତ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀରେ ସମ୍ମାନିତ ହେବେ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମୀଳନୀ I ଏହି ଅବସରରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଭାଷା ସମ୍ମାନରେ ସମ୍ମାନିତ କରାଯିବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ରାଶି ସ୍ୱରୂପ ୨୦ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରିବେ I ଓଡ଼ିଆ ଭାଷା ଉପରେ ପଦ୍ମଶ୍ରୀ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମୀଳନୀ I ଏହି ଅବସରରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଭାଷା ସମ୍ମାନରେ ସମ୍ମାନିତ କରାଯିବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ରାଶି ସ୍ୱରୂପ ୨୦ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରିବେ I
ଓଡ଼ିଆ ଭାଷା ଉପରେ ପଦ୍ମଶ୍ରୀ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ତାଙ୍କୁ ବିଶ୍ୱ ଓଡ଼ିଆ ଭାଷା ସମ୍ମୀଳନୀରେ ସମ୍ମାନିତ କରାଯିବ I
ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଭାଷାବିତ ଭାବରେ ଡ଼କ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ବେଶ ସୁପରିଚିତ I ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦେଶକ ଭାବରେ ଦେବୀପ୍ରସନ୍ନ ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି I ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଡ଼କ୍ଟର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା I

Tags: