ପୁଣି ଚର୍ଚ୍ଚାରେ ଏମାରମଠ,ଖୋଳା ଆରମ୍ଭ

ପୁରୀ : ପୁଣି ଚର୍ଚ୍ଚାରେ ଏମାରମଠ । ପୂର୍ବରୁ ସୁନା ରୁପା ଇଟା ଓ ଦୁର୍ମୂଲ୍ୟ ସିଂହ ମୂର୍ତ୍ତି, ଚଟାଣ ବାହାରିବା ପରେ ଓବିସିସି ପକ୍ଷରୁ ଜିପିଆରଏସ ଦ୍ୱାରା ମ୍ୟାପିଂ କରାଗଲା। ତାହାର ରିପୋର୍ଟ କଣ କହୁଛି ତାହା ସାମନାକୁ ଆସିନଥିବା ବେଳେ ଏବେ ପୁଣି ଖୋଳାଖୋଳିକୁ ନେଇ ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ପରିଧି ବାହାରେ ଅର୍ଥାତ ଏମାରମଠ ପରିସରରେ ନିର୍ମାଣ ହେଉଛି ନୂତନ କନଷ୍ଟ୍ରକସନ୍ । ପ୍ରାୟ ୫୦ […]

Samaya Live Picture
Published On

ପୁରୀ : ପୁଣି ଚର୍ଚ୍ଚାରେ ଏମାରମଠ । ପୂର୍ବରୁ ସୁନା ରୁପା ଇଟା ଓ ଦୁର୍ମୂଲ୍ୟ ସିଂହ ମୂର୍ତ୍ତି, ଚଟାଣ ବାହାରିବା ପରେ ଓବିସିସି ପକ୍ଷରୁ ଜିପିଆରଏସ ଦ୍ୱାରା ମ୍ୟାପିଂ କରାଗଲା। ତାହାର ରିପୋର୍ଟ କଣ କହୁଛି ତାହା ସାମନାକୁ ଆସିନଥିବା ବେଳେ ଏବେ ପୁଣି ଖୋଳାଖୋଳିକୁ ନେଇ ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୧୦୦ ମିଟର ପରିଧି ବାହାରେ ଅର୍ଥାତ ଏମାରମଠ ପରିସରରେ ନିର୍ମାଣ ହେଉଛି ନୂତନ କନଷ୍ଟ୍ରକସନ୍ । ପ୍ରାୟ ୫୦ ଫୁଟର ଗାତ ଖୋଳି ନୂଆ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଏହାକୁ ନେଇ ଉପୁଜିଛି ବିବାଦ । ଜିପିଆରଏସ୍ ରିପୋର୍ଟ ସାର୍ବଜନୀନ ନକରି କିଭଳି ବଡବଡ ଗାତ ଖୋଳାଯାଉଛି ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

୨୦୨୧ ରେ ଐତିହ୍ୟ ସମ୍ପନ୍ନ ଏମାରମଠରୁ ଦୁଇ ଦୁଇଟି ସିଂହମୂର୍ତ୍ତି ଓ ଚଟାଣ ଠାବ ହେବାପରେ ଚାରି ଦିନ ବ୍ୟାପି ଜିପିଆରଏସ୍ କରାଯାଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଛଡା ଏମାରମଠ ପରିସରରୁ ଠାବ ହୋଇଥିବା ସିଂହମୂର୍ତ୍ତି ଓ ଚଟାଣ ଅଞ୍ଚଳରୁ ପ୍ରାୟ ୬୦ ହଜାର ବର୍ଗଫୁଟ ଅଞ୍ଚଳରେ ଜିପିଆରଏସ୍ ହୋଇଥିବାବେଳେ ଏହାର ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ I ଜିପିଆରଏସ୍ ରିପୋର୍ଟରେ କଣ ରହିଛି, ତାହା ସାମ୍ନାକୁ ଆସିବା ଦରକାର। ଏପରିକି ଏନେଇ ପରିଚାଳନା କମିଟି ସଦସ୍ୟ ମାନେ ବି ଏସଂପର୍କରେ ଜାଣିନଥିବା କହିଛନ୍ତି। ଏନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବୈଠକରେ ଆଲୋଚନା କରାଯିବ ବୋଲି କହିଛନ୍ତି ପରିଚାଳନା ସଦସ୍ୟ।

Tags: