ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ

ମୟୁରଭଞ୍ଜ : ବିଦ୍ୟୁତ ଆଘାତରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ଧାନବିଲକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ,ଗତ କିଛି ଦିନ ହେଲା ବେତନଟୀ ଅଂଚଳ ଆଖପାଖ ଗାଁ ଗୁଡିକରେ ୧୯ ଟିକିଆ ହାତୀ ପାଲ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ତେବେ ଗତକାଲି […]

Samaya Live Picture
Published On

ମୟୁରଭଞ୍ଜ : ବିଦ୍ୟୁତ ଆଘାତରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ଧାନବିଲକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାନୁସାରେ,ଗତ କିଛି ଦିନ ହେଲା ବେତନଟୀ ଅଂଚଳ ଆଖପାଖ ଗାଁ ଗୁଡିକରେ ୧୯ ଟିକିଆ ହାତୀ ପାଲ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ତେବେ ଗତକାଲି ରହି ହାତୀ ପଲକୁ ବନ ବିଭାଗ ହୁରୁଡ଼ାଇ ନଦୀପାର କରାଇ ମୁରୁଡ଼ା ରେଞ୍ଜ ପଟକୁ ଘଉଡ଼ାଇ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଗୋଟିଏ ମାଈହାତୀ ଗୋଠରୁ ଖସି ଆସି ଜାମଶୂଳିଠାରେ ଜନବସତି ମୁହାଁ ହୋଇଥିଲା । ଏହି ସମୟରେ ଗାଁ ପାଖରେ ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଛି । ହାତୀଟିର ଶୁଣ୍ଢରେ ବିଦ୍ୟୁତ ତାର ଲାଗି ରହିଥିଲା । ବେତନଟୀ ବନବିଭାଗ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

Tags: