କର୍ମଚାରୀଙ୍କ ତ୍ରୁଟିରୁ ଘଟୁଛି ହାତୀ ମୃତ୍ୟୁ – ପିସିସିଏଫ୍

ରେଢ଼ାଖୋଲ : ବାରହା ଫାଶରେ ପୁଣି ବଳି ପଡ଼ିଲେ ହାତୀ । ବାରହାଙ୍କ ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ନାକଟିଦେଉଳ ରେଞ୍ଜ ଘୁସୁରାମାଲ ପଞ୍ଚାୟତ ବୁରମାଲ ଜଙ୍ଗଲ ନିକଟରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନାନୁସାରେ,ରେଢାଖୋଲ ବନଖଣ୍ଡ ନାକଟିଦେଉଳ ଘୋଷରାମାଲ ଗାଁ ଜଙ୍ଗଲ ନିକଟରେ ୩ଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା […]

Samaya Live Picture
Published On

ରେଢ଼ାଖୋଲ : ବାରହା ଫାଶରେ ପୁଣି ବଳି ପଡ଼ିଲେ ହାତୀ । ବାରହାଙ୍କ ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ନାକଟିଦେଉଳ ରେଞ୍ଜ ଘୁସୁରାମାଲ ପଞ୍ଚାୟତ ବୁରମାଲ ଜଙ୍ଗଲ ନିକଟରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ,ରେଢାଖୋଲ ବନଖଣ୍ଡ ନାକଟିଦେଉଳ ଘୋଷରାମାଲ ଗାଁ ଜଙ୍ଗଲ ନିକଟରେ ୩ଟି ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସକାଳେ ଲୋକ ଧାନ କାଟିବାକୁ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କିଏ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ହାତୀ ମୃତ୍ୟୁ ଘଟୁଛି । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି

Tags: