ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ମାମଲା,୩ ବନ କର୍ମଚାରୀ ନିଲମ୍ବିତ
ସମ୍ବଲପୁର : ରେଢାଖୋଲରେ ବାରହା ଫାଶରେ ୩ ହାତୀ ମୃତ୍ୟୁ ମାମଲା I ଦୃଢ କାର୍ଯ୍ୟାନୁଷ୍ଠାନ ନେଲା ବନ ବିଭାଗ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି । ସେହିପରି ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। […]
ସମ୍ବଲପୁର : ରେଢାଖୋଲରେ ବାରହା ଫାଶରେ ୩ ହାତୀ ମୃତ୍ୟୁ ମାମଲା I ଦୃଢ କାର୍ଯ୍ୟାନୁଷ୍ଠାନ ନେଲା ବନ ବିଭାଗ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି । ସେହିପରି ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। ସମ୍ପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସହାୟତା ନେଇଛି ବନ ବିଭାଗ ।
ଅନ୍ୟପଟେ ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରାଯାଇଥିବାବେଳେ ବିଦ୍ୟୁତ୍ ବିଭାଗ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି ବନ ବିଭାଗ। ଏହାସହ ଶିକାରୀଙ୍କୁ ସୁଧାରିବା ପାଇଁ ଗାଁ ଗାଁରେ ହେବ ସଚେତନତା ସଭା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଘୁସରାମାଲ ପଞ୍ଚାୟତରୁ ଗତକାଲି ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ । ମୃତ ହାତୀଙ୍କ ମଧ୍ୟରୁ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଥିଲେ। ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ଲାଗି ୩ ହାତୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।




