ହାତୀ ଆକ୍ରମଣ, ଜଣେ ଆହତ
ଅନୁଗୋଳ : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଡ଼ କନ୍ତକୁଳ ଗାଁରେ । ସୂଚନା ଅନୁସାରେ ବଡ଼ କନ୍ତକୁଳ ଗାଁ ନିକଟରେ ହାତୀ ଥିବା ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଥିଲା । ତେବେ ହାତୀ ଘଉଡାଇବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ସମୟରେ ଶୌଚ ପାଇଁ ଯାଉଥିବା ମୋଚିଆ ନାୟକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ଏବଂ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ସେହିଭଳି ଅନ୍ୟପକ୍ଷରେ ଅନୁଗୋଳର ପମ୍ପାସ ରେଞ୍ଜର ନୂଆସାହି ନୂଆପଡ଼ାରେ ବନ ବିଭାଗ ଦ୍ୱାରା ଖୋଳା ଯାଇଥିବା ଏକ ଟ୍ରେଞ୍ଚରେ ଏକ ହାତୀ ଛୁଆ ପଡ଼ି ଯାଇଥିଲା । ତେବେ ହାତୀ ଛୁଆଟିରୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
Tags:




