ପାୱାର କଟ ନୁହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଜୁଳି ବ୍ୟାଘାତ ହେଉଛି – ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ପାୱାର କଟ ହୋଇନାହିଁ I ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି I କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି। ତାହା ପାୱାର କଟ୍ ନୁହେଁ, ବରଂ ଯାନ୍ତ୍ରିକ ତ୍ରୁଟି I ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାରକଟ କୁହାଯାଏ। କିନ୍ତୁ ବର୍ତ୍ତମାନ ଘଣ୍ଟେ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ପାୱାର କଟ ହୋଇନାହିଁ I ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି I କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି। ତାହା ପାୱାର କଟ୍ ନୁହେଁ, ବରଂ ଯାନ୍ତ୍ରିକ ତ୍ରୁଟି I ପାୱାରକଟ ଶବ୍ଦ ବ୍ୟବହାର କରିବା ଭୁଲ। ପାୱାର କଟ ଅର୍ଥ ଆମ ପାଖରେ ଆବଶ୍ୟକତା ଠାରୁ କମ ପାୱାର ଅଛି। ଲୋକଙ୍କୁ ଦେଲା ବେଳେ କାଟିକି ଦେବାକୁ ପାୱାରକଟ କୁହାଯାଏ। କିନ୍ତୁ ବର୍ତ୍ତମାନ ଘଣ୍ଟେ ଦୁଇ ଘଣ୍ଟା ବିଜୁଳି କାଟିବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଉଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଏହାବାଦ ସେ କହିଛନ୍ତି,ଆପଣମାନେ ଭୁଲ ନ୍ୟୁଜ୍ ପରିବବେଷଣ କରୁଛନ୍ତି । ଆମ ପାଖରେ ପର୍ଯ୍ୟାପ୍ତ ଶକ୍ତି ରହିଛି ଏବଂ ପାୱାର କଟ୍ କରାଯାଉନାହିଁ । ଯେଉଁ ସ୍ଥାନରେ କଟ୍ ହେଉଛି ତାହା ଟ୍ରିପ୍ କାରଣରୁ ହେଉଛି I ଶକ୍ତି ଯୋଗାଣ କ୍ଷେତ୍ରରେ ଜାତୀୟ ଠାରୁ ରାଜ୍ୟ ଆଗରେ ରହିଛି । ଗତ ମେ ମାସ ୧୮ ତାରିଖରେ ଏନେଇ କେନ୍ଦ୍ରରୁ ଏକ ଚିଠି ଆସିଥିଲା, ଯେଉଁଥିରେ ଲେଖାଥିଲା ଓଡିଶାରେ ସଠିକ୍ ଭାବରେ ଶକ୍ତି ଯୋଗଣା କରାଯାଉଛି । ଏହି କ୍ଷେତ୍ରରେ ଓଡିଶାକୁ ପ୍ରଂଶସା କରାଯାଇଥିଲା ।

Tags: