ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ

ବୌଦ୍ଧ : ସରକାରୀ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ I ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେବା ପଡିଲା ମହଙ୍ଗା । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ। ବୌଦ୍ଧ ଜିଲାପାଳ ଜେ. ସୋନାଲ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ବୌଦ୍ଧ ବ୍ଲକ ଅଧୀନ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ। ସୂଚନାଅନୁସାରେ , ଦୁଇ ଦିନ ତଳେ ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀ […]

Samaya Live Picture
Published On

ବୌଦ୍ଧ : ସରକାରୀ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନୀ ଛାଟ I ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେବା ପଡିଲା ମହଙ୍ଗା । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ। ବୌଦ୍ଧ ଜିଲାପାଳ ଜେ. ସୋନାଲ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ବୌଦ୍ଧ ବ୍ଲକ ଅଧୀନ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ।

ସୂଚନାଅନୁସାରେ , ଦୁଇ ଦିନ ତଳେ ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀ ପଲଶପାଟରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍‌ ରାଲି କରାଯାଇଥିଲା। ଉକ୍ତ ରାଲିରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଯୋଗ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏପରି କି ଏହାର ଏକ ଫଟୋ ମଧ୍ୟ ଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା। ଏନେଇ ଜିଲାପାଳ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରାଙ୍କୁ ଜ଼ିଲାପାଳ ନିଲମ୍ବନ କରିଛନ୍ତି। ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ କୌଣସି ସରକାରୀ କର୍ମଚାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ I ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଏହାର ବ୍ୟତିକ୍ରମ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି Iଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି।

Tags: