କାନ୍ଥବାଡ଼ ରୁ ହଟିବ ରାଜନୈତିକ ପୋଷ୍ଟର, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସ୍ୱଚ୍ଛ ସୁନ୍ଦର ହେବ ରାଜଧାନୀ ଭୁବନେଶ୍ୱର । ଏଣିକି ରାଜଧାନୀ କାନ୍ଥ ବାଡ଼ ତଥା ଖୁଣ୍ଟିମାନଙ୍କରେ ରହିବନାହିଁ ରଙ୍ଗବେରଙ୍ଗ ରାଜନୈତିକ ପୋଷ୍ଟର । କାନ୍ଥ ଗୁଡିକରୁ ରାଜନୈତିକ ଲେଖାସବୁ ଲିଭାଯିବ । ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିବା ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ କାମ ଆରମ୍ଭ ହେବ । ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର କାନ୍ଥ ଓ ବିଭିନ୍ନ ଜାଗାରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ହଟାଇବାକୁ […]

Samaya Live Picture
Published On

ଭୁବନେଶ୍ୱର : ସ୍ୱଚ୍ଛ ସୁନ୍ଦର ହେବ ରାଜଧାନୀ ଭୁବନେଶ୍ୱର । ଏଣିକି ରାଜଧାନୀ କାନ୍ଥ ବାଡ଼ ତଥା ଖୁଣ୍ଟିମାନଙ୍କରେ ରହିବନାହିଁ ରଙ୍ଗବେରଙ୍ଗ ରାଜନୈତିକ ପୋଷ୍ଟର । କାନ୍ଥ ଗୁଡିକରୁ ରାଜନୈତିକ ଲେଖାସବୁ ଲିଭାଯିବ । ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିବା ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ କାମ ଆରମ୍ଭ ହେବ । ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର କାନ୍ଥ ଓ ବିଭିନ୍ନ ଜାଗାରେ ଲାଗିଥିବା ପୋଷ୍ଟର ଓ ବ୍ୟାନର ହଟାଇବାକୁ କାମ ଆରମ୍ଭ କରିଛି ବିଏମସି । ଏହାଛଡା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କର ପୋଷ୍ଟର ସବୁ ମଧ୍ୟ ହଟାଯିବ I ପୂର୍ବରୁ ମଧ୍ୟ ଏଥିପାଇଁ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଥିଲା I ତେବେ ଏହି ନୋଟିସ ବିରୁଦ୍ଧରେ ଯାଇଥିବା କେତେକ ଅନୁଷ୍ଠାନରୁ ଫାଇନ ମଧ୍ୟ ଆଦାୟ କରିଛି ବିଏମସି I

ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏନେଇ ସମସ୍ତ ରାଜନୈତିକ ଦଳଗୁଡିକୁ ଅବଗତ କରାଯାଇଛି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର ସୂଚନା ଦେଇଛନ୍ତି । ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିଲା । ସାଂସଦ ଅପରାଜିତାଙ୍କ ଲେଖା ଲିଭାଇ ବିଏମ୍ସି ଅଡୁଆରେ ପଡିଥିଲା ।

Tags: