ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ
ସୋନପୁର : ବୋରୱେଲରୁ ଉଦ୍ଧାର ହୋଇଥିବା ୮୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ I ହୋପିଟାଲ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି I ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆ ଯାଇଛି I ପ୍ରାୟ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦ ଫୁଟ ବୋରୱେଲରୁ ବୃଦ୍ଧାଙ୍କୁ ଉଦ୍ଧାର ପରେ ସୋନପୁର ସରକାରୀ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଗତକାଲି ଅପରାହ୍ନରେ ବେଣା କାଟିବାକୁ ଯାଇଥିବାବେଳେ […]
ସୋନପୁର : ବୋରୱେଲରୁ ଉଦ୍ଧାର ହୋଇଥିବା ୮୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ I ହୋପିଟାଲ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି I ହସ୍ପିଟାଲ ପକ୍ଷରୁ ଏନେଇ ସୂଚନା ଦିଆ ଯାଇଛି I ପ୍ରାୟ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦ ଫୁଟ ବୋରୱେଲରୁ ବୃଦ୍ଧାଙ୍କୁ ଉଦ୍ଧାର ପରେ ସୋନପୁର ସରକାରୀ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।
ଗତକାଲି ଅପରାହ୍ନରେ ବେଣା କାଟିବାକୁ ଯାଇଥିବାବେଳେ ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ୮୦ ବର୍ଷୀୟା ବୃଦ୍ଧା । ତାଙ୍କ ନାଁ ଦୁଃଖୀ ନାୟକ । ତାଙ୍କ ନିଜ ଗାଁ ହେଲା ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର । ସେ ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି ।




