ବୃଦ୍ଧଙ୍କ ଆତ୍ମାହୁତି,କାରଣ ଅସ୍ପଷ୍ଟ

ଦିଗପହଣ୍ଡି: କିରାସିନି ଢାଳି ହୋଇ ଜୀବନ୍ତ ଦଗ୍ଧ ହେଲେ ବୃଦ୍ଧ। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପାଟକୁରା ଥାନା ବଢିଆଉସ୍ତା ଗାଁରେ । ଆଡପଡା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ଗ୍ରାମର ପୁରୋହିତ ପୀତବାସ ଆଚାର୍ଯ୍ୟ(୬୨)। ତେବେ ଆତ୍ମାହୁତି ପୂର୍ବରୁ ନିଜ ପତ୍ନୀଙ୍କ ଉଦ୍ୟେଶରେ ପୁଅ ନାଁରେ ଛାଡି ଯାଇଛନ୍ତି ଏକ ସୁଇସାଇଡ୍ ନୋଟ୍ । ମୁଁ ଗଲାପରେ ବୋଉକୁ ଭଲରେ ରଖିବୁ ବୋଲି ସେଥିରେ ଲେଖାଯାଇଛି […]

ବୃଦ୍ଧଙ୍କ ଆତ୍ମାହୁତି,କାରଣ ଅସ୍ପଷ୍ଟ
Samaya Live Picture
Published On

ଦିଗପହଣ୍ଡି: କିରାସିନି ଢାଳି ହୋଇ ଜୀବନ୍ତ ଦଗ୍ଧ ହେଲେ ବୃଦ୍ଧ। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପାଟକୁରା ଥାନା ବଢିଆଉସ୍ତା ଗାଁରେ । ଆଡପଡା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ଗ୍ରାମର ପୁରୋହିତ ପୀତବାସ ଆଚାର୍ଯ୍ୟ(୬୨)। ତେବେ ଆତ୍ମାହୁତି ପୂର୍ବରୁ ନିଜ ପତ୍ନୀଙ୍କ ଉଦ୍ୟେଶରେ ପୁଅ ନାଁରେ ଛାଡି ଯାଇଛନ୍ତି ଏକ ସୁଇସାଇଡ୍ ନୋଟ୍ । ମୁଁ ଗଲାପରେ ବୋଉକୁ ଭଲରେ ରଖିବୁ ବୋଲି ସେଥିରେ ଲେଖାଯାଇଛି । ପାଟପୁର ପୋଲିସ ଖବରପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

Tags: