ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ
ବରଗଡ଼: ବରଗଡ଼ ସଦର ଥାନା ଖୁଣ୍ଟପାଲି ପଞ୍ଚାୟତର ଗଞ୍ଝିଆଟିକ୍ରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ର ବୃଦ୍ଧ ଦମ୍ପତି ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛ। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ସ୍ବାମୀ ହେଲେ କିରତି ପ୍ରଧାନ (୬୫) ଏବଂ ତାଙ୍କ ପତ୍ନୀ ଶାନ୍ତି ପ୍ରଧାନ (୬୦) । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ […]
ବରଗଡ଼: ବରଗଡ଼ ସଦର ଥାନା ଖୁଣ୍ଟପାଲି ପଞ୍ଚାୟତର ଗଞ୍ଝିଆଟିକ୍ରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ର ବୃଦ୍ଧ ଦମ୍ପତି ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛ। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ସ୍ବାମୀ ହେଲେ କିରତି ପ୍ରଧାନ (୬୫) ଏବଂ ତାଙ୍କ ପତ୍ନୀ ଶାନ୍ତି ପ୍ରଧାନ (୬୦) । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ଗତବର୍ଷ ଦମ୍ପତିଙ୍କ ସାନ ପୁଅର ମୃତ୍ୟୁକୁ ନେଇ ଏପରି ଘଟଣା ଘଟାଇ ଥାଇପାରନ୍ତି ବୋଲି ସମ୍ପର୍କୀୟମାନେ ଅନୁମାନ କରୁଥିବାବେଳେ ମୃତ୍ୟୁ ପଛର ପ୍ରକୃତ କାରଣ କଣ ରହିଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମୃତକଙ୍କ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।




