୧୫ ପରେ ଆଉ ହେବନି E-KYC
ଭୁବନେଶ୍ୱର : ରାସନ କାର୍ଡର E-KYC ପାଇଁ ଫେବୃୟାରୀ ୧୫ ରେ ସରିବା ସମୟ ସୀମା । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । ୬ ଦିନ ଭିତରେ E-KYC କରି ଦେବାକୁ ପୁଣି କହିଲେ ଯୋଗାଣ ମନ୍ତ୍ରୀ । ୧୫ ପରେ ଆଉ E-KYC ଅବଧି ବଢିବ ନାହିଁ । ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି […]
ଭୁବନେଶ୍ୱର : ରାସନ କାର୍ଡର E-KYC ପାଇଁ ଫେବୃୟାରୀ ୧୫ ରେ ସରିବା ସମୟ ସୀମା । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । ୬ ଦିନ ଭିତରେ E-KYC କରି ଦେବାକୁ ପୁଣି କହିଲେ ଯୋଗାଣ ମନ୍ତ୍ରୀ । ୧୫ ପରେ ଆଉ E-KYC ଅବଧି ବଢିବ ନାହିଁ । ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ ।
E-KYC ନ କରିଥିବା କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନଫେରାଇଲେ, ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଏଠି ସହ ନୂଆ ଲୋକଙ୍କୁ ବି ଯୋଡ଼ା ଯିବ । ଇତି ମଧ୍ୟରେ ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃୃଷ୍ଣ ଚନ୍ଦ୍ର ପାତ୍ର ।




