ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ,୨୨ଟି ପ୍ଲଟ ସହ ୧.୧୬ କୋଟି ବ୍ୟାଙ୍କ ଡିପୋଜିଟ
ଢେଙ୍କାନାଳ : ଗିରଫ ହେଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗତକାଲି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଓ କାର୍ଯ୍ୟାଳୟ ସହ ଏକକାଳୀନ ୮ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଢେଙ୍କାନାଳ ଗାୟତ୍ରୀ ନଗର ବାସଭବନରୁ ଭିଜିଲାନ୍ସ ଦଳ ୨୧ଟି ଦାମୀ ପ୍ଲଟର କାଗଜପତ୍ର […]
ଢେଙ୍କାନାଳ : ଗିରଫ ହେଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗତକାଲି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଓ କାର୍ଯ୍ୟାଳୟ ସହ ଏକକାଳୀନ ୮ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଢେଙ୍କାନାଳ ଗାୟତ୍ରୀ ନଗର ବାସଭବନରୁ ଭିଜିଲାନ୍ସ ଦଳ ୨୧ଟି ଦାମୀ ପ୍ଲଟର କାଗଜପତ୍ର ସହ,୧ କୋଟି ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୩୫୦ ଗ୍ରାମ ସୁନା ଗହଣା ଜବତ କରିଥିଲା ।
ଏହା ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଜୁନାଗଡ଼ ସିଏଚ୍ସିରେ ମେଡିକାଲ ଅଫିସର୍ ଥିବା ଜ୍ୱାଇଁ ଡ.ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୩ ଲକ୍ଷ ୯୫ ହଜାର ଟଙ୍କା, ଦୁଇଟି କାର୍ ଏବଂ ୧୭ ଲକ୍ଷରୁ ଅଧିକ ମୂଲ୍ୟର ଆସବାବ ଭିଜିଲାନ୍ସ ଠାବ ହୋଇଥିଲା ।
ଏହାବାଦ ରାମଚନ୍ଦ୍ରଙ୍କର ଢେଙ୍କାନାଳ ସହରର ୧୫ ନମ୍ବର ୱାର୍ଡ ଗାୟତ୍ରୀନଗର ସ୍ଥିତ ପ୍ଲଟ ନଂ. ୧୨ରେ ତାଙ୍କର ଏକ ଦୁଇମହଲା ବିଶିଷ୍ଟ ୫ହଜାର ବର୍ଗଫୁଟର ଅଟ୍ଟାଳିକା, କଟକ ଜିଲା ବାରଙ୍ଗରେ ଗୋଟିଏ ଏବଂ ଢେଙ୍କାନାଳ ଟାଉନ ଓ ଏହାର ଆଖପାଖ ଅଞ୍ଚଳରେ ୨୦ଟି ପ୍ଲଟ ରହିଛି। ଠାବ ହୋଇଥିବା ପ୍ଲଟଗୁଡିକର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ସେହିପରି ରାମଚନ୍ଦ୍ର ଶତପଥୀଙ୍କ ନାମରେ ଗୋଟିଏ ଚାରିଚକିଆ ହୋଣ୍ଡା ଜାଜ୍, ଜ୍ୱାଇଁଙ୍କ ନାମରେ ଗୋଟିଏ ହୁଣ୍ଡାଇ ଆଇ-୨୦ ଚାରିଚକିଆ ଯାନ ସହ ୨ଟି ଦୁଇଚକିଆ ଯାନ ଥିବା ଜଣାପଡ଼ିଛି।
ବୁଧବାର ଭୋର୍ରେ ରାମଚନ୍ଦ୍ର ଆଠମଲ୍ଲିକ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଢେଙ୍କାନାଳ ଗାୟତ୍ରୀନଗର ସ୍ଥିତ ବାସଭବନରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ଗୋଟିଏ ଟିମ୍ ଯାଞ୍ଚ ଚଳାଇଥିବା ବେଳେ ଅନ୍ୟ ଏକ ଟିମ୍ ରାମଚନ୍ଦ୍ରଙ୍କୁ ସାଥୀରେ ନେଇ ଆଠମଲ୍ଲିକ ଯାଇଥିଲା । କଟକସ୍ଥିତ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସପି, ୧୫ଜଣ ନିରୀକ୍ଷକଙ୍କୁ ନେଇ ଗଠିତ ୮ଟି ଦଳ ଚଢଉରେ ସାମିଲ ହୋଇଥିଲେ।
୧୯୮୯ ମସିହାରେ ରାମଚନ୍ଦ୍ର ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଜୀବନ ମାଲକାନଗିରିରୁ ଆରମ୍ଭ କରିଥିଲେ। ସେ କେନ୍ଦ୍ରାପଡା, ତାଳଚେର, ଅନୁଗୋଳ ଓ ଦେବଗଡ ଜିଲାରେ କାମ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଆଠମଲ୍ଲିକରେ କାର୍ଯ୍ୟରତ ଅଛନ୍ତି।




