ଗୁରୁବାର ପାଳନ ହେବ ଇଦ

ଭୁବନେଶ୍ୱର : ମଙ୍ଗଳବାର ଚାନ୍ଦ ଦେଖା ନଯିବାରୁ ବୁଧୁବାର ଦିନ ପାଳନ ହେବନାହିଁ ଇଦ I ତେଣୁ ବୁଧୁବାର ଦିନ ଚାନ୍ଦ ଦେଖାଦେଲେ ଗୁରୁବାର ଦିନ ଓଡ଼ିଶାରେ ପାଳନ ହେବ ଇଦ-ଉଲ-ଫିତର I ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ I କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଚାନ୍ଦ ଦେଖାଗଲା ନାହିଁ I ତେଣୁ ଏଥର ରମଜାନ ୩୦ ଦିନ ହୋଇଛି I ଅର୍ଥାତ ୩୦ ଦିନରେ […]

Samaya Live Picture
Published On

ଭୁବନେଶ୍ୱର : ମଙ୍ଗଳବାର ଚାନ୍ଦ ଦେଖା ନଯିବାରୁ ବୁଧୁବାର ଦିନ ପାଳନ ହେବନାହିଁ ଇଦ I ତେଣୁ ବୁଧୁବାର ଦିନ ଚାନ୍ଦ ଦେଖାଦେଲେ ଗୁରୁବାର ଦିନ ଓଡ଼ିଶାରେ ପାଳନ ହେବ ଇଦ-ଉଲ-ଫିତର I ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ I କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଚାନ୍ଦ ଦେଖାଗଲା ନାହିଁ I ତେଣୁ ଏଥର ରମଜାନ ୩୦ ଦିନ ହୋଇଛି I ଅର୍ଥାତ ୩୦ ଦିନରେ ଚନ୍ଦ୍ର ଦର୍ଶନ କଲେ ତା’ପର ଦିନ ଇଦ ପାଳନ ହୋଇଥାଏ I ତେଣୁ ଆଜି ଚାନ୍ଦ ଦେଖାଗଲେ ଆସନ୍ତା କାଲି ଏପ୍ରିଲ ୧୧ ତାରିଖରେ ଇଦ-ଉଲ-ଫିତର ପାଳନ କରିବା ପାଇଁ ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ନେଇଛି I ତେବେ ଏଇ ତାରିଖରେ କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ପାଳନ ହେବ ଇଦ I ଇଦ ପାଳନ ପାଇଁ ଇସଲାମ ଧର୍ମାଲମ୍ବି ମାନେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସୂଚନାନୁସାରେ,ଗତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା ମୁସଲିମ ଧର୍ମର ପବିତ୍ର ରମଜାନ ମାସ I ରମଜାନ ମାସରେ ‘ରୋଜା’ ରଖୁଥିବା ଭାଇ,ଭଉଣୀମାନେ ଦିନସାରା ଉପବାସ ରହି ସୂର୍ଯ୍ୟଦୋୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଖାଇ ଥାନ୍ତି I ଏହି ସମୟରେ ମୁସଲମାନ ସମ୍ପ୍ରଦାୟ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ନମାଜ ପାଠ କରିଥାନ୍ତି I

Tags: