ଆଜି ପାଳନ ହେଉଛି ଇଦ : ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର : ସାରା ଦେଶରେ ଆଜି ଆନନ୍ଦ ଉହ୍ଲାସର ସହ ଇଦ ଉଲ ଫିତର ପାଳନ କରାଯାଉଛି। କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ପକ୍ଷରୁ ଏପ୍ରିଲ ୧୧ ରେ ଇଦ ପାଳନ ନେଇ ନିଷ୍ପତ୍ତି ହୋଇଥିଲା। ଆଜି ସକାଳୁ ମଜଜିଦ ଗୁଡିକରେ ସମୂହ ନମାଜ ପାଠ କରାଯାଉଛି। ନିଷ୍ଠାର ସହ ପୁରା ମାସ ରୋଜା ବା ଉପବାସ ପାଳିଥିଲେ ଇସଲାମ୍ ଧର୍ମାବଲମ୍ବି ଭାଈଭଉଣୀ ମାନେ । ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇ ବଡ ଧୂମଧାମ ସହକାରେ […]

Samaya Live Picture
Published On

ଭୁବନେଶ୍ୱର : ସାରା ଦେଶରେ ଆଜି ଆନନ୍ଦ ଉହ୍ଲାସର ସହ ଇଦ ଉଲ ଫିତର ପାଳନ କରାଯାଉଛି। କଟକସ୍ଥିତ ଅଞ୍ଜୁମନ ଇସଲାମିୟା ଚାନ୍ଦ କମିଟି ପକ୍ଷରୁ ଏପ୍ରିଲ ୧୧ ରେ ଇଦ ପାଳନ ନେଇ ନିଷ୍ପତ୍ତି ହୋଇଥିଲା। ଆଜି ସକାଳୁ ମଜଜିଦ ଗୁଡିକରେ ସମୂହ ନମାଜ ପାଠ କରାଯାଉଛି। ନିଷ୍ଠାର ସହ ପୁରା ମାସ ରୋଜା ବା ଉପବାସ ପାଳିଥିଲେ ଇସଲାମ୍ ଧର୍ମାବଲମ୍ବି ଭାଈଭଉଣୀ ମାନେ । ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇ ବଡ ଧୂମଧାମ ସହକାରେ ଏହି ପର୍ବକୁ ପାଳନ କରାଯାଉଛି। ଘରେ ଘରେ ବିରିୟାନୀ, ଲଚ୍ଛା, ସିମେଇ, ଖଜୁର ଆଦି ପ୍ରସ୍ତୁତ କରାଯାଉଛି। ସେପଟେ ଇଦ ଅବସରରେ ଭଦ୍ରକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଇଦ୍‌ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଦ୍‌ ଉଲ୍‌ ଫିତର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହା ଆମକୁ ସୁଖ, ଶାନ୍ତି, ସମୃଦ୍ଧତା ଦ୍ୱାରା ଆଶୀର୍ବାଦ କରୁଏବଂ ଆମକୁ ଦୟା, ଦୟା ଏବଂ ପ୍ରେମ ପଥରେ ଆଗେଇ ନେଉ।

Tags: