ସ୍କୁଲ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା

ଭୁବନେଶ୍ୱର : ଆଜି ଯାଏ ହେଲାନାହିଁ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ନାହିଁ ବୋଲି ରାଜ୍ୟ ନୋଡାଲ ଅଫିସର ପିଏମ ପୋଷଣ ରଘୁରାମ ଆର ଆୟର କହିଛନ୍ତି । ବିଦ୍ୟାଳୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି । ବର୍ଷକୁ ଥରେ ଦର ପରିବର୍ତ୍ତନ ଲାଗି ଗାଇଡଲାଇନ ପ୍ରସ୍ତୁତ କରେ କେନ୍ଦ୍ର, ଆଗକୁ ଗାଇଡଲାଇନ ପରିବର୍ତ୍ତନ ହେବ। ଯଦି କୌଣସି ବିଦ୍ୟାଳୟରେ ଅଣ୍ଡା ଦିଆଯାଉ ନଥିବା ଭଳି କିଛି ଅଭିଯୋଗ ଆସେ ଜିଲ୍ଲା […]

Samaya Live Picture
Published On

ଭୁବନେଶ୍ୱର : ଆଜି ଯାଏ ହେଲାନାହିଁ ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦେଶ ନାହିଁ ବୋଲି ରାଜ୍ୟ ନୋଡାଲ ଅଫିସର ପିଏମ ପୋଷଣ ରଘୁରାମ ଆର ଆୟର କହିଛନ୍ତି । ବିଦ୍ୟାଳୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି । ବର୍ଷକୁ ଥରେ ଦର ପରିବର୍ତ୍ତନ ଲାଗି ଗାଇଡଲାଇନ ପ୍ରସ୍ତୁତ କରେ କେନ୍ଦ୍ର, ଆଗକୁ ଗାଇଡଲାଇନ ପରିବର୍ତ୍ତନ ହେବ। ଯଦି କୌଣସି ବିଦ୍ୟାଳୟରେ ଅଣ୍ଡା ଦିଆଯାଉ ନଥିବା ଭଳି କିଛି ଅଭିଯୋଗ ଆସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ। ସେ ଆହୁରି କହିଛନ୍ତି, ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୫.୯୦ ଟଙ୍କା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୮.୮୨ ଟଙ୍କା ଖର୍ଚ୍ଚ ହେଉଛି। ଏଯାଏ କୌଣସି ସ୍କୁଲରେ ଅଣ୍ଡା ଦିଆ ନଯିବା ଘଟଣା ନଜରକୁ ଆସିନି। ଏବେ ଯଦି କୌଣସି ସ୍ଥାନରେ ଅଣ୍ଡା ଦିଆଯାଉ ନଥିବା ଭଳି କିଛି ଅଭିଯୋଗ ଆସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁନିର୍ଦ୍ଦେଶ ଦିଅଯିବା ବୋଲି କୁହାଯାଇଛି ।

Tags: