ବିଧାୟକଙ୍କ ଘରେ ଇଡି ଚଢ଼ାଉ
ଭଣ୍ଡାରିପୋଖରୀ : ବିଜେଡି ର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ କରିଛି ଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ଘର ସମେତ ଭୁବନେଶ୍ୱରର ୪ ଟି ସ୍ଥାନ ତଥା ଭଦ୍ରକ ର ୬ ଟି ସ୍ଥାନରେ ରେଡ୍ ପଡିଛି I ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି । ବିଜେଡି ବିଧାୟକଙ୍କ ଭଦ୍ରକ ର ନୂଆବଜାର ନଇବନ୍ଧ ଘରେ […]
ଭଣ୍ଡାରିପୋଖରୀ : ବିଜେଡି ର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ାଉ କରିଛି ଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ଘର ସମେତ ଭୁବନେଶ୍ୱରର ୪ ଟି ସ୍ଥାନ ତଥା ଭଦ୍ରକ ର ୬ ଟି ସ୍ଥାନରେ ରେଡ୍ ପଡିଛି I ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି ।
ବିଜେଡି ବିଧାୟକଙ୍କ ଭଦ୍ରକ ର ନୂଆବଜାର ନଇବନ୍ଧ ଘରେ ଆଜି ସକାଳୁ ଇଡିର ୬ ଜଣିଆ ଟିମ ଚଢ଼ାଉ ଜାରି ରଖିଛି I ଥିସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରୟାସ କାନ୍ତିଙ୍କ ଘରେ ମଧ୍ୟ ଇଡି ରେଡ କରିଛି। କଲେଜର କର୍ମଚାରୀଙ୍କୁ ଦୀର୍ଘ ଦିନ ବକେୟା ହେଲା ଦରମା ମିଳୁନଥିବାରୁ କର୍ମଚାରୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରିଥିଲେ। ଏଥସହ ଟଙ୍କା ହେରଫେର ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ବରପଦା କଲେଜ ଦାୟିତ୍ୱରେ ବିଜେଡି ବିଧାୟକଙ୍କ ପୁଅ ପ୍ରୟାସଙ୍କ ଦାୟିତ୍ୱରେ ଥିଲେ। ତାଙ୍କ ସମ୍ପକ୍ତି ଥିବାନେଇ ଇଡି ଚଢାଉ କରିଥିବା ଜଣା ପଡିଛି I
ସୂଚନାନୁସାରେ,୭ ରୁ ୮ ବର୍ଷ ତଳେ ବରପଦା ଇଞ୍ଜିନିୟରିଙ୍ଗ କଲେଜର ୨୦ କୋଟି ଟଙ୍କା ର ଉର୍ଦ୍ଧ୍ବ ମୁକୟର ଜମି ଦୁର୍ନୀତି ମାମଲାରେ ଏହି ରେଡି କରାଯାଉଥିବା ଜଣା ପଡିଛି I




