ଓଡ଼ିଶାରେ ଭୂକମ୍ପ ଝଟକା
ଭୁବନେଶ୍ଵର : ଥରିଲା ରାଜଧାନୀ ଇ ଆଜି ସକାଳୁ ୬.୧୦ ମିନିଟ ସମୟରେ ରାଜଧାନୀ ଭୁବନେଶ୍ୱର ସମେତ ପୁରୀ,ପାରାଦୀପ,ବାଲେଶ୍ୱର,ବାରିପଦା ସମେତ ଅନ୍ୟ କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ୨ ରୁ ୩ ସେକେଣ୍ଡ ଯାଏଁ ଭୂମିକମ୍ପରେ ଥରିଥିଲା ଭୂଇଁ । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ତୀବ୍ରତା କମ୍ ଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା […]
ଭୁବନେଶ୍ଵର : ଥରିଲା ରାଜଧାନୀ ଇ ଆଜି ସକାଳୁ ୬.୧୦ ମିନିଟ ସମୟରେ ରାଜଧାନୀ ଭୁବନେଶ୍ୱର ସମେତ ପୁରୀ,ପାରାଦୀପ,ବାଲେଶ୍ୱର,ବାରିପଦା ସମେତ ଅନ୍ୟ କେତେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ୨ ରୁ ୩ ସେକେଣ୍ଡ ଯାଏଁ ଭୂମିକମ୍ପରେ ଥରିଥିଲା ଭୂଇଁ । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି । ତୀବ୍ରତା କମ୍ ଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।
ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୧ ରହିଛି। ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଏହି ଭୂକମ୍ପର କୌଣସି କ୍ଷୟକ୍ଷତି ଖବର ବର୍ତ୍ତମାନ ସୁଦ୍ଧା ହସ୍ତକ୍ଷେପ ହୋଇନାହିଁ। ଭୂକମ୍ପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସୁନାମୀ ଭୟ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅନ୍ୟପକ୍ଷରେ ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।
ଅନ୍ୟପଟେ,କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ୭ଦିନ ମଧ୍ୟରେ ଦିଲ୍ଲୀରେ ୩ଥର ଭୂମିକମ୍ପ ଝଟକା ଲାଗିଛି । ଗତକାଲି (ସୋମବାର) ସକାଳ ୧୧ଟା ୪୬ ମିନିଟରେ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହା ତୀବ୍ରତା ୨.୨ ରେକର୍ଡ ହୋଇଥିଲା । ତୀବ୍ରତା ବହୁତ କମ୍ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । ଏହାପୂର୍ବରୁ ଦୁଇଥର ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତୀବ୍ରତା ଯଥାକ୍ରମେ ୪.୮ ଓ ୨.୮ ରେକର୍ଡ ହୋଇଥିଲା ।




