ବୃଦ୍ଧି ହେଲା e-KYC ଅପଡେଟ ଅବଧି
ଭୁବନେଶ୍ୱର : ବୃଦ୍ଧି ହେଲା e-KYC ଅପଡେଟ ଅବଧି । ଫେବୃଆରୀ ୧୫ ଯାଏଁ e-KYC ଅପ୍ଡେଟ୍ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ଏହା ଜାନୁଆରୀରେ ୩୧ ତାରିଖ ଯାଏଁ ଶେଷ ତାରିଖ ଥିଲା। ମନ୍ତ୍ରୀ କହିଛନ୍ତି କିଛି ଲୋକ e-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ […]
ଭୁବନେଶ୍ୱର : ବୃଦ୍ଧି ହେଲା e-KYC ଅପଡେଟ ଅବଧି । ଫେବୃଆରୀ ୧୫ ଯାଏଁ e-KYC ଅପ୍ଡେଟ୍ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ଏହା ଜାନୁଆରୀରେ ୩୧ ତାରିଖ ଯାଏଁ ଶେଷ ତାରିଖ ଥିଲା। ମନ୍ତ୍ରୀ କହିଛନ୍ତି କିଛି ଲୋକ e-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ e-KYC ଓ ରାଜ୍ୟ ବାହାରୁ ୧ଲକ୍ଷ ୩୦ ହଜାର ୨୬ ଜଣ ବାହାରେ e-KYC କରିଛନ୍ତି ।
ସୂଚନାଯୋଗ୍ୟ, ଏବେ ରାଶନ କାର୍ଡ ହିତାଧିକାରୀଙ୍କ e-KY ଅପଡେଟ୍ କରାଯାଉଛି। ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି। କିଛି ସ୍ଥାନରେ ଆଇ ସ୍କାନ୍ ମଧ୍ୟ କରାଯାଉଛି। ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି। ପରେ e-KY ମାଧ୍ୟମରେ ଡିଲର ଅପ୍ଡେଟ୍ କରୁଛନ୍ତି।
ସେହିପରି ରାସନକାର୍ଡ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଠିକା କର୍ମଚାରୀ ରାସନ କାର୍ଡ ଫେରାଇବେ ନାହିଁ । ୧୦/୧୨ ହଜାର ଟଙ୍କା ଦରମା ପାଉଥିବା ବ୍ୟକ୍ତି ପୂର୍ବ ପରି ରାସନ କାର୍ଡ ବ୍ୟବହାର କରି ପାରିବେ । କିନ୍ତୁ ୩୦ ରୁ ୪୦ ହଜାର ଟଙ୍କା ପାଉଥିବା ବ୍ୟକ୍ତି ତୁରନ୍ତ ରାସନ କାର୍ଡ ଫେରନ୍ତୁ । ନଚେତ କାର୍ଯ୍ୟାନୁଷ୍ଠାନ ହେବ ।
ଅନ୍ୟପକ୍ଷରେ ବାହାରେ ରହି କାମ କରୁଥିବା ଲୋକମାନେ ସରକାର ନିର୍ଦ୍ଧାରିତ କରିଥିବା ମାସକ ମଧ୍ୟରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଥିଲେ। ଏହି ଅବଧିକୁ ବଢ଼ାଇବା ପାଇଁ ହିତାଧିକାରୀଙ୍କ ପକ୍ଷରୁ ଜୋର୍ଦାର ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।




