E -KYC ଅପଡେଟ,୨୦ ହଜାର ସରକାରୀ ଚାକିରିଆ ଫେରାଇଲେଣି ରାସନ କାର୍ଡ
ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଚରମ ବାଣୀ ପରେ ଭୂତ ରାସନ କାର୍ଡ ଧାରୀ ଛାନିଆ । ମାତ୍ର ୩ ଦିନରେ ୨୦ ହଜାର ସରକାରୀ ଚାକିରିଆ ଫେରେଇଲେଣି ରାସନ କାର୍ଡ । ପାଖାପାଖି ୪୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମାନେ କଳେ ବଳେ ହାତେଇ ଥିଲେ ରାସନ କାର୍ଡ । ତେବେ E-KYC ଅପଡେଟ କରୁ ନଥିବାରୁ ଚରମବାଣୀ ଶୁଣାଇଥିଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଥିଲେ ଯଦି କୌଣସି […]
ଭୁବନେଶ୍ୱର : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଚରମ ବାଣୀ ପରେ ଭୂତ ରାସନ କାର୍ଡ ଧାରୀ ଛାନିଆ । ମାତ୍ର ୩ ଦିନରେ ୨୦ ହଜାର ସରକାରୀ ଚାକିରିଆ ଫେରେଇଲେଣି ରାସନ କାର୍ଡ । ପାଖାପାଖି ୪୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମାନେ କଳେ ବଳେ ହାତେଇ ଥିଲେ ରାସନ କାର୍ଡ । ତେବେ E-KYC ଅପଡେଟ କରୁ ନଥିବାରୁ ଚରମବାଣୀ ଶୁଣାଇଥିଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଥିଲେ ଯଦି କୌଣସି ବ୍ୟକ୍ତି ଯଦି ରାସନ୍ କାର୍ଡ ନ ଫେରାଇବେ, ପଛରେ ଧରା ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ଠିକା ଚାକିରିଆ ଅର୍ଥାତ ୧୧ ରୁ ୧୨ ହଜାର ଦରମା ପାଉଥିବା ସରକାରୀ ଚାକିରିଆଙ୍କ କଟିବ ନାହିଁ ରାସନ କାର୍ଡ ।
ଜାତୀୟ ଖାଦ୍ୟ ନିରାପତ୍ତା ନିୟମ ଅନୁସାରେ ଗାଁ ଅଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ଫେରାଇବେ ନାହିଁ ରାସନ କାର୍ଡ । ସେହିପରି ସହରାଞ୍ଚଳରେ ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ଫେରେଇବେ ରାସନ କାର୍ଡ। ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଇ-କେୱାଇସି ହେବ । ଏହାପରେ ନୂତନ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।




