ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି ହେଲା ଇ-କେୱାଇସି ଅବଧି

ଭୁବନେଶ୍ୱର: ରାସନ କାର୍ଡ ଇ-କେୱାଇସି ପାଇଁ ପୁଣି ବଢିଲା ଆବେଦନ ପ୍ରକ୍ରିୟା। ବୃଦ୍ଧି ହେଲା ଇ-କେୱାଇସି ଅବଧି । ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଜାରି କରିଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି ସେମାନେ ତୁରନ୍ତ ଇ-କେୱାଇସି ସାରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ, ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାଇସି ଅପଡେଟ୍ ହେଉନାହିଁ। […]

ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି ହେଲା ଇ-କେୱାଇସି ଅବଧି
Samaya Live Picture
Published On

ଭୁବନେଶ୍ୱର: ରାସନ କାର୍ଡ ଇ-କେୱାଇସି ପାଇଁ ପୁଣି ବଢିଲା ଆବେଦନ ପ୍ରକ୍ରିୟା। ବୃଦ୍ଧି ହେଲା ଇ-କେୱାଇସି ଅବଧି । ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଜାରି କରିଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି ସେମାନେ ତୁରନ୍ତ ଇ-କେୱାଇସି ସାରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି ଯେ, ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାଇସି ଅପଡେଟ୍ ହେଉନାହିଁ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଶେଷ ହୋଇଥାଆନ୍ତି ଇ-କେୱାଇସିର ଅବଧି। କିନ୍ତୁ ଯୋଗାଣ ମନ୍ତ୍ରୀ ଏହା ପୂର୍ବରୁ ଅବଧି ତାରିଖକୁ ବୃଦ୍ଧି କରିଛନ୍ତି। ଯେଉଁ ସରକାରୀ ଅଧିକାରୀ ଫେରାଉ ନାହାନ୍ତି ରାସନ କାର୍ଡ, କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ସେମାନେ ନିଜ ଆଡୁ ଫେରନ୍ତୁ।

ସେ ଆହୁରି କହିଛନ୍ତି ଯେ, ଏ ଯାଏଁ ୯୦ ପ୍ରତିଶତ ପଞ୍ଜିକରଣ ସରିଛି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୬ ଜଣ ଇ-କେୱାଇସି କରିଛନ୍ତି। ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୫ ହଜାର ୨୫୮ ଲୋକଙ୍କ ପଞ୍ଜିକରଣ ହୋଇଛି। ଏବେ ସୁଦ୍ଧା ଆହୁରି ୩୩ ଲକ୍ଷରୁ ଅଧିକ ହିତାଧିକାରୀ କରିନାହାନ୍ତି e-KYC । ପ୍ରାୟ ୩ କୋଟି ହିତାଧିକାରୀ e-KYC କରିସାରିଛନ୍ତି । ଗାଁରେ ଏ ଯାଏଁ ୧୨ ଲକ୍ଷ ଲୋକଙ୍କ ଇ-କେୱାଇସି ଅପଡେଟ ହୋଇପାରି ନାହିଁ। ରାଜ୍ୟରେ ସମୁଦାୟ ୧୧୮୪୦ ଟି PDS କେନ୍ଦ୍ରରେ ଇ-କେୱାଇସି ପଞ୍ଜିକରଣ କରାଯାଉଛି।

ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଅପଡେଟ ହୋଇନି। ଲୋକଙ୍କ ସମସ୍ୟାକୁ ଦେଖି ଅବଧିକୁ ବୃଦ୍ଧି କରାଯାଇଛି। ୩୪୧ ପିଡିଏସ ପଏଣ୍ଟରେ ନେଟୱର୍କ ସମସ୍ୟା ରହିଛି। ୧୧୧ଟିରେ ସ୍ଲୋ ନେଟୱର୍କ, ୨୩୦ଟିରେ ଜିରୋ ନେଟୱର୍କ ରହିଛି।

Tags: