ଆସନ୍ତାକାଲି ଓଡିଶା ପହଞ୍ଚିବ ଇ – ଡବଲଡେକର ବସ

ଭୁବନେଶ୍ୱର – ଜାନୁଆରୀ ୨ ରେ ଓଡିଶା ପହଞ୍ଚିବ ଇ – ଡବଲ ଡେକର ବସ । ପ୍ରଥମେ ୨ ଟି ବସ ଆସିବ ଏବଂ ପରେ ଆଉ ୩ ଟି ବସ ମୁମ୍ବାଇରୁ ଆସିବାନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଏହି ବସ ଏବେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର […]

Samaya Live Picture
Published On

ଭୁବନେଶ୍ୱର – ଜାନୁଆରୀ ୨ ରେ ଓଡିଶା ପହଞ୍ଚିବ ଇ – ଡବଲ ଡେକର ବସ । ପ୍ରଥମେ ୨ ଟି ବସ ଆସିବ ଏବଂ ପରେ ଆଉ ୩ ଟି ବସ ମୁମ୍ବାଇରୁ ଆସିବାନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ତେବେ ଏହି ବସ ଏବେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ଏହାର ଉପଯୋଗ କରାଯିବ। ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଲାଗି ଏହା ଚାଲିବ। ପ୍ରବାସୀ ଭାରତୀୟ ଦିବସ ପରେ ଏହି ବସଗୁଡିକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯିବ ।

ଆମ ଦେଶରେ ଯେଉଁ ଏନଆରଆଇମାନେ ବାହାରେ ରୁହନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବର୍ଷ ଡାକିଥାନ୍ତି । ଏଥର ପ୍ରବାସୀ ଦିବସ ଭୁବନେଶ୍ବରରେ ଆୟୋଜିତ ହେବ । ନୂଆ ବର୍ଷ ନୂଆ ଉଦ୍ଦିପନା ଦେବ । ପ୍ରବାସୀ ଭାରତୀୟଙ୍କୁ ଅତିଥି ଦେବ ଭବେ ଭାବେ ସ୍ବାଗତ କରିବେ ଓଡିଶାବାସୀ । ଏହା ଦ୍ବାରା ପର୍ୟ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି ।

Tags: