୫୦% କୋହଳ ହେଲା ଇ-ଚାଲାଣ ଫାଇନ
ଭୁବନେଶ୍ୱର : ଇ-ଚାଲାଣ ଫାଇନକୁ କୋହଳ କଲେ ରାଜ୍ୟ ସରକାର । ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣ ଫାଇନକୁ ୫୦ ପ୍ରତିଶତ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ ବାବଦରେ ଭରିବାକୁ ହେବ। ୨୦୨୫ ଜୁଲାଇ ୩୧ ସୁଦ୍ଧା କଟିଥିବା ଚାଲାଣରେ ଏହି ରିଆତି ମିଳିବ। ଯେଉଁ କ୍ଷେତ୍ରରେ ୫୦ ହଜାର ଟଙ୍କା ଫାଇନ କଟାଯାଇଥିବ ସେଠାରେ ୨୫ […]
ଭୁବନେଶ୍ୱର : ଇ-ଚାଲାଣ ଫାଇନକୁ କୋହଳ କଲେ ରାଜ୍ୟ ସରକାର । ଗାଡ଼ି ଚାଳନା ସମୟରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କଟାଯାଉଥିବା ଇ-ଚାଲାଣ ଫାଇନକୁ ୫୦ ପ୍ରତିଶତ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଯେତିକି ପରିମାଣର ଇ-ଚାଲାଣ କଟିଛି ତାହାର ଅଧା ଅର୍ଥ ଫାଇନ ବାବଦରେ ଭରିବାକୁ ହେବ। ୨୦୨୫ ଜୁଲାଇ ୩୧ ସୁଦ୍ଧା କଟିଥିବା ଚାଲାଣରେ ଏହି ରିଆତି ମିଳିବ।
ଯେଉଁ କ୍ଷେତ୍ରରେ ୫୦ ହଜାର ଟଙ୍କା ଫାଇନ କଟାଯାଇଥିବ ସେଠାରେ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ୧୦ ହଜାର ବଦଳରେ ୫ ହଜାର ଏବଂ ୫ ହଜାର ବଦଳରେ ୨୫୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।




