ପୁଣି ଦ୍ୱାରଶୁଣି ଘାଟିରେ ବସ ଦୁର୍ଘଟଣା,ଅଳ୍ପକେ ବର୍ତିଲେ ଯାତ୍ରୀ
ବାରିପଦା : ଥମୁନାହିଁ ଘାଟିରେ ଗାଡି ଦୁର୍ଘଟଣା I ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ଥିବା ବାଙ୍ଗିରିପୋଷି ଘାଟିରେ ଘଟିଛି ବସ ଦୁର୍ଘଟଣା I ମାତ୍ର ଏଥିରେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ I’ରାଧାମାଧବ’ନାମକ ବସଟି ବାରିପଦା ରୁ ଯାତ୍ରୀ ନେଇ କରଞ୍ଜିଆ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I ବସଟି ଘାଟି ଚଢ଼ୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକର ପଛପାଖ ବସ ଦେହରେ ଘଷି ହୋଇ ଅଟକି ଯାଇଥିଲା […]
ବାରିପଦା : ଥମୁନାହିଁ ଘାଟିରେ ଗାଡି ଦୁର୍ଘଟଣା I ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ଥିବା ବାଙ୍ଗିରିପୋଷି ଘାଟିରେ ଘଟିଛି ବସ ଦୁର୍ଘଟଣା I ମାତ୍ର ଏଥିରେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ I’ରାଧାମାଧବ’ନାମକ ବସଟି ବାରିପଦା ରୁ ଯାତ୍ରୀ ନେଇ କରଞ୍ଜିଆ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I ବସଟି ଘାଟି ଚଢ଼ୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକର ପଛପାଖ ବସ ଦେହରେ ଘଷି ହୋଇ ଅଟକି ଯାଇଥିଲା I ଭୟଭୀତ ହୋଇ ଯାତ୍ରୀମାନେ ବସ ଭିତରୁ ସୁରକ୍ଷିତ ଓହ୍ଲାଇ ଆସିଥିଲେ I ଫଳରେ ଅନେକ ସମୟ ଧରି ଗାଡି ଦୁଇଟି ଘାଟିରେ ଅଟକି ରହିବା ଫଳରେ ଉଭୟ ପାର୍ଶ୍ୱର ରାସ୍ତା ଜାମ ହୋଇ ଯାଇଥିଲା I ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ସହିତ ବାଙ୍ଗିରିପୋଷି ପୋଲିସ ପହଞ୍ଚିଛନ୍ତି I




